କଟକ -୧୧/୦୮/୨୦୧୧ (ସନ୍ଧାନ ନିଉଜ) କଟକ ସଦର ବ୍ଲକ ବୟାଳିଶମୌଜା ଉପକଣ୍ଠ ବେଣ୍ଟକାର ପଞ୍ଚାୟତ ଏରଞ୍ଚ ଗ୍ରାମର ଶିଶିର ମହାନ୍ତିଙ୍କ ଘରବାଡ଼ି ଡିହ ଖାତା ନମ୍ବର.୧୯୭, ପ୍ଲଟ ନମ୍ବର.୨୬୩ ଉପରେ ବେଆଇନ ଘର ନିର୍ମାଣ ନେଇ ବୟାଳିଶାମୌଜା ଫାଣ୍ଡିରେ(କେସ ନମ୍ବର – ୫୧୦/୨୧) ଅଭିଯୋଗ କରିଥିଲେ । ଫାଣ୍ଡି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ଅପରପକ୍ଷକୁ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପରେ କୋର୍ଟ ପକ୍ଷରୁ ୧୪୪ ଧାରା ଜାରୀ ସହ ସୋକଜ ନୋଟିସ ପ୍ରଦାନ କରାଯାଇଥିଲେ ମଧ୍ୟ ଏହାକୁ ସେ ମାନିନଥିଲେ ଏଥିସହ ଫାଣ୍ଡି ପକ୍ଷରୁ କୌଣସି ଗୁରୁତ୍ଵପର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ଆସିଛି । ଏନେଇ ଶିଶିର ମହାନ୍ତି ଏବଂ ତାଙ୍କ ପୁତ୍ର ତୁଷାର ମହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ,୫ଟି ସଚିବ, ଜିଲ୍ଲାପାଳ ଆଦିଙ୍କୁ ନ୍ୟାୟ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି ।
କୋର୍ଟ ନିୟମକୁ ଅମାନ୍ୟ କରି ଘର ନିର୍ମାଣ କାର୍ଯ୍ୟ ଅବ୍ୟାହତ ନ୍ୟାୟ ପାଇଁ ସରକାରଙ୍କୁ ନିବେଦନ କଲେ ଜମି ମାଲିକ
|
August 11, 2021 |


