କୋରୋନା ଯୋଦ୍ଧା :  ସେବା ପାଇଁ ସ୍ଥଗିତ ରଖିଲେ ବିବାହ

Spread the love
ରାଉରକେଲା,୨୧/୦୪ (ସନ୍ଧାନ ନିଉଜ): କର୍ତ୍ତବ୍ୟ ଆଗରେ ହାର ମାନିଛି ଭବିଷ୍ୟତର ସୁନେଲୀ ସ୍ବପ୍ନ । ଦିନ କେଇଟା ପରେ ହାତକୁ ଦି ହାତ ହୋଇ ଜୀବନରେ ପବିତ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ । କିନ୍ତୁ ସେବା ଓ ତ୍ୟାଗର ମହାନ ଭାବନାରେ ସବୁ କିଛିକୁ ଉତ୍ସର୍ଗୀ ଦେଇଛନ୍ତି । କୋରୋନା ଭଳି ମହାମାରୀରେ ନିଜର କର୍ତ୍ତବ୍ୟକୁ ବ୍ରତ ଭାବେ ପାଳନ କରି ବର୍ତ୍ତମାନ ବିବାହ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ସେ । ଆଜି ଦୁନିଆ ଆଗରେ ଉଦାହରଣ ସାଜିଛନ୍ତି ବିରମିତ୍ରପୁର ଥାନାରେ କାର୍ଯ୍ୟରତ ଓଡିଶା ଷ୍ଟେଟ ଆର୍ମଡ଼ ଫୋର୍ସର ମହିଳା ପୋଲିସ ସୁନିତା ଅଢା । ସୁନିତାଙ୍କ ବିବାହ ଏପ୍ରିଲ 25 ତାରିଖରେ ହେବା ନେଇ ସ୍ଥିର ହୋଇଥିଲା ଲଗ୍ନ। ମାତ୍ର ଦେଶ ତଥା ରାଜ୍ୟ ଏବେ ଭୟଙ୍କର କୋରୋନା ଭାଇରସ ସହ ଲଢ଼ୁଥିବା ବେଳେ ସୁନିତା ଏବେ ବିବାହ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ ଉଭୟଙ୍କ ପରିବାର ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ ଦେବା ସହ ସ୍ବାଗତ କରିଛନ୍ତି ।ସେପଟେ ଏହି ସମୟରେ ସୁନିତା ଜୀବନକୁ ବାଜି ଲଗାଇ, ହାତରେ ପ୍ଲାକାର୍ଡ ଧରି ଜାରି ରଖିଛନ୍ତି ସଚେତନତାର ବାର୍ତ୍ତା ।

Related Posts

About The Author

Add Comment