କୋରୋନା ଭୟ: ଗୁପ୍ତେଶ୍ଵର ମେଳା ବନ୍ଦ କଲା ରାଉରକେଲଲା ପୋଲିସ

Spread the love
ରାଉରକେଲା, ୧୫/୩/୨୦ (ସନ୍ଧାନ ନିଉଜ) : ରାଉରକେଲା ବିରମିତ୍ରପୁରରେ ରବିବାର ଦିନ ଉଦଘାଟିତ ହୋଇଥିବା ପ୍ରସିଦ୍ଧ ଗୁପ୍ତେଶ୍ଵର ମେଳାକୁ ପୋଲିସ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି । ଏହାକୁ ନେଇ ମେଳାରେ ଦୋକାନ କରିଥିବା ବ୍ୟବସାୟୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ ।  ହୁ ଦୂର ଦୂରାନ୍ତରୁ ବ୍ୟବସାୟୀମାନେ ଆସି ଏଠାରେ ନିଜର ବ୍ୟବସାୟ ମେଳାଇ ଥିବାରୁ ମେଳା ବନ୍ଦ ହେଲେ ବ୍ୟାପକ କ୍ଷତି ହେବ ବୋଲି କହିଥିଲେ । କିନ୍ତୁ କରୋନା ଭାଇରସ ପ୍ରତିଷେଧକ ସ୍ୱରୂପ ଜନସମାଗମ ନକରିବାରୁ ସରକାରଙ୍କ ନିର୍ଦ୍ଦେଶ ଥିବାରୁ ମେଳା ହୋଇପାରିବ ନାହିଁ ବୋଲି ପୋଲିସ ରୋକଠୋକ କହିଥିଲେ ।

ମେଳାକୁ ବୁଲି ଆସିଥିବା ଲୋକମାନେ ଏଠାରୁ ନିରାଶ ହୋଇ ଫେରି ଯାଉଥିବାର ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment