ରାଉରକେଲା, ୨୧/୦୬/୨୦ (ସନ୍ଧାନ ନିଉଜ) : କୋରୋନା କଷ୍ଟ ଦୁଃଖ ବଢାଇଥିବାବେଳେ ଏବେ ବର୍ଷା ପରିବା ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି । ଏନେଇ ଚାଷୀକୂଳ ଏବେ ହତାଶ ହୋଇପଡିଛନ୍ତି । ଅନେକ କଷ୍ଟ କରି ଏମାନେ ପରିବା ଚାଷ କରିଥିଲେ, କିନ୍ତୁ କୋରୋନା ଯୋଗୁଁ ବଜାର ମିଳିଲା ନାହିଁ । ଫଳରେ କେଉଁଠି ପରିବା ପଚିସଢି ନଷ୍ଟ ହେଲା ତ ଆଉ ଆଉ କେଉଁଠି ଶସ୍ତାରେ ପରିବା ବିକ୍ରି କରିବାକୁ ବାଧ୍ୟ ହେଲା ଚାଷୀ । ଏବେ କେତେକ ଅଞ୍ଚଳରେ ଚାଷୀ ଧାନ ଚାଷ ପାଇଁ ବିହନ ବୁଣିଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଜମି ସବୁ ପୋଖରୀ ହୋଇଯାଇଛି । ତେବେ ଆଗାମୀ ଦିନରେ ଫସଲ ମଧ୍ୟ ହେବ ନାହିଁ ବୋଲି ଏମାନେ ନିଶ୍ଚିତ ହୋଇସାରିଲେଣି । ଏବେ କୌଣସି ଉପାୟ ନପାଇଁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀମାନେ ।
କୋରୋନା ପରେ ବର୍ଷାମାଡ଼ରେ ହତାଶ ଚାଷୀ
|
June 21, 2020 |


