କୋରେଇ ବ୍ଲକରେ ବିପର୍ଯ୍ୟୟ ପରିଚାଳନା ପାଇଁ ଟେବୁଲ୍ ଟପ୍ ବୈଠକ ଅନୁଷ୍ଠିତ

Spread the love

ଯାଜପୁର, ତା. ୧୯/୦୬ (ସନ୍ଧାନ ନିଉଜ) ଆଗାମୀ ମୌସୁମୀ ଏବଂ ବନ୍ୟା ପରିସ୍ଥିତିର ଆଶଙ୍କା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଜରୁରୀ ବିଭାଗ ତରଫରୁ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କୁ ନେଇ ଏକ ଟେବୁଲ୍ ଟପ୍ ଏସ୍କରସାଇଜ୍ ଏବଂ ମକ୍ ଡ୍ରିଲ୍ ଜିଲ୍ଲା ମୁଖ୍ୟାଳୟ ଏବଂ ବ୍ଲକ୍ ମାନଙ୍କରେ ତା ୧୮ ଏବଂ ୧୯ ରିଖରେ ଆୟୋଜନ କରା ଯାଉଛି । ଏହି କ୍ରମରେ ଶନିବାର ପୂର୍ବାହ୍ନରେ କୋରେଇ ବ୍ଲକ୍ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରଚାଳନା ପାଇଁ ଏକ ଟେବୁଲ୍ ଟପ୍ ବୈଠକ ଅନୁଷ୍ଠିତ ହୋଇଥିଲା । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଏହି ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ କୋଭିଡ୍ ମହାମାରୀ ପାଇଁ ଦୁଇ ବର୍ଷ ବିତିଯିବା ପରେ ବିପର୍ଯ୍ୟୟ ପରିଚାଳନା ପାଇଁ ଟେବୁଲ୍ ଟପ୍ ବ୍ୟାୟାମ ଏବଂ ମକ୍ ଡ୍ରିଲ୍ ସ୍ୱତନ୍ତ୍ର ରିଲିଫ୍ କମିଶନର, (ଓସଡମା)ଙ୍କ ନିର୍ଦ୍ଦେଶାନୁଯାୟୀ କଡାକଡି ଭାବେ ପାଳନ କରା ଯାଉଛି । କୋରେଇ ବ୍ଲକରେ ୧୬ ଗୋଟି ପଞ୍ଚାୟତ ବନ୍ୟା ପ୍ରବଣ ହୋଇଥିବା ବେଳେ ଅନେକ ନଦୀ କୁୂଳିଆ ଅଞ୍ଚଳ ବନ୍ୟା ଓ ବର୍ଷା ବିତ୍ପାତ ସମୟରେ ବିଛିନ୍ନ ହୋଇ ପଡିଥାଏ । ଏଣୁ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗ ସଚେତନ ରହିବା ସହ ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷା କରିବା ଜରୁରୀ ଅଟେ । ଯାହା ଫଳରେ ବିପର୍ଯ୍ୟୟ ସମୟରେ ସରକାରଙ୍କ ଶୁନ୍ୟ ହତାହତ ବା ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ସମସ୍ତ ଲାଇନ ବିଭାଗ ଚଳିତ ମୌସୁମୀ ଏବଂ ବନ୍ୟା ଆଶଙ୍କା ପାଇଁ ୩ ଗୋଟି ପର୍ଯ୍ୟାୟରେ (ପୂର୍ବ, ବର୍ତ୍ତମାନ ଏବଂ ବିପର୍ଯ୍ୟୟ ପରବର୍ତ୍ତି ସମୟରେ) ସେମାନଙ୍କ କାର୍ଯ୍ୟ ଯୋଜନା ବା ଆକ୍ସନ ପ୍ଲାନ୍ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବୈଠକରେ ଉପସ୍ଥାପନ କରିଥିଲେ । ବୈଠକରେ ଯୋଗ ଦେଇଥିବା କୋରେଇ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଦଳାଇ ଏବଂ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଟେବୁଲ୍ ଟପ୍ ବୈଠକର କାର୍ଯ୍ୟକାରିତା ଉପରେ ସନ୍ତୋଷ ପ୍ରକାଶ କରିବା ସହ ବିପର୍ଯ୍ୟୟ ସମୟରେ ବିପଦର ମୁକାବିଲା ପାଇଁ ବ୍ଲକ ପ୍ରଶାସନ ପ୍ରସ୍ତୁତ ବୋଲି କହିବା ସହ ସମସସ୍ତଙ୍କର ସହଯୋଗ କାମନା କରିଥିଲେ । ପ୍ରାରମ୍ଭରେ କୋରେଇ ବିଡିଓ ରଞ୍ଜନ କୁମାର ପରିଡା ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର,ବ୍ୟାସନଗର ବିକ୍ରମ୍ ମଲ୍ଲିକ, ଭାରପ୍ରପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ବ୍ୟାସନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, କୋରେଇ ସିଡିପିଓ ଶକୁନ୍ତଳା ନାୟକ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment