କୋରେଇ ପ୍ରଗତିର ଗତି କୁଆଡେ ? ଶାଶୁ ଓ ବିଧବା ବହୁଙ୍କ ୬୦୦  ଭତ୍ତା ଟଙ୍କାରେ ବିତୁଛି ୬ ପ୍ରାଣୀ କୁଟୁମ୍ବ 

Spread the love

 

  • କେବେ ମିଳିବ ଏ ଦୁଇ ବିଧବା ମହିଳାଙ୍କୁ ଘର ଖଣ୍ଡେ ?

  • ପ୍ରଧାନମନ୍ତ୍ରୀ ଆବାସ କାହା ସ୍ୱାର୍ଥରେ ?

ଯାଜପୁର, 26/11 (ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲା  କୋରେଇ ବ୍ଲକ ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତ କୋରାବନ୍ଦୀ (ବେଲବାହାଳି ) ଗ୍ରାମର କନକ ସାମଲ ଚାରି ବର୍ଷ ତଳେ  ସ୍ୱାମୀ ଭାବନା ସାମଲ ଓ ପୁଅ ଗୋପି ସାମଲ କୁ ହରାଇଲା ପରେ ପରିବାର କହିଲେ ବୋହୁ ଓ ଦୁଇ ନାତି ଓ ନାତୁଣୀ କୁ ନେଇ ୬ ପ୍ରାଣୀର କୁଟୁମ୍ବ ଘରେ କେହି ରୋଜଗାର କରିବାକୁ ନଥିବା ବେଳେ ଭତ୍ତା ୬୦୦ ଟଙ୍କା ଓ ରାସନ ଯାହା ମିଳେ ସେଥିରେ ଗୁଜୁରାଣ ମେଣ୍ଟାନ୍ତି । ଆର୍ଥିକ ପରିସ୍ଥିତି ଯୋଗୁଁ ଦୁଇ ନାତି ଓ ନାତୁଣୀ ପାଠ ପଢିବା ଅସମ୍ଭବ ହୋଇପଡୁଛି । କିନ୍ତୁ ଦୁଃଖର ବିଷୟ ଏହିକି ଯେ ପ୍ରଶାସନିକ ସ୍ତରରୁ ଏ ପର୍ଯ୍ୟନ୍ତ କୌଣସି ସାହାଯ୍ୟ ମିଳିପାରି ନାହିଁ । ଫଳରେ ଏଯାଏ ଶୁଖୁନି କନକ ସାମଲଙ୍କ ଆଖିରୁ ଲୁହ. ଲିଷ୍ଟ ରେ ନାମ ଥାଇବି ମିଳି ପାରୁନି ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡେ ବିଡ଼ିଓ ପଚାରିବାରୁ କମ୍ପୁଟର ରେ ନାମ ଚଢି ନଥିବାରୁ ମିଳିପାରୁନଥିବା ପ୍ରକାଶ କରିଛନ୍ତି.

Related Posts

About The Author

Add Comment