କୋରେଇ ନିର୍ବାଚନ ମଣ୍ଡଳି: ରସୁଲପୁର ବ୍ଲକ ୯ପଂଚାୟତ ଭୋଟର ନିର୍ଣ୍ଣାୟକ ଭୂମିକା ନେବେ

Spread the love

ରସୁଲପୁର,୭/୪ (ସନ୍ଧାନ ନିୟୁଜ) ଯାଜପୁର ଜିଲା କୋରେଇ ନିର୍ବାଚନ ମଣ୍ଡଳିରେ ବିଜେଡି ପକ୍ଷରୁ ଅଶୋକ ବଳଙ୍କ ନାଁ ଘୋଷଣା ପରେ ରାଜନୀତି ପାଣିପାଗକୁ ଗୋଳିଆ କରିଦେଇଛି । ବହୁ ପୂର୍ବରୁ ଦୁଇ ବିରୋଧୀ ଜାତୀୟ ଦଳ କଂଗ୍ରେସ ଓ ଭାଜପା ପ୍ରାର୍ଥୀ ଘୋଘଣା କରି ନିଜପାଇଁ ସୁବିଧା ସ୍ଥିତି ସୃଷ୍ଟି କରି ପାରିଛନ୍ତି । ହେଲେ ବିଜେଡି ନୂଆ ମୁହଁକୁ ପ୍ରାର୍ଥୀ କରିବା ପରେ ଏଠାରେ ତ୍ରି-ମୁଖୀ ଲଢେଇ ହେବା ଏକ ପ୍ରକାର ଥୟ ହୋଇପାରିଛି । ଏହି ଆଧାରରେ ପ୍ରାର୍ଥୀମାନଙ୍କ ଦଳୀୟ ଭୋଟ ସହ ନିଜର ପକେଟ ଭୋଟ ସେମାନଙ୍କୁ ଜିତାଇବାରେ ସହାୟକ ହେବ ବୋଲି କୁହାଯାଉଛି । ଏହି କ୍ରମରେ ରସୁଲପୁର ବ୍ଲକରୁ କୋରେଇ ନିର୍ବାଚନ ମଣ୍ଡଳିରେ ସାମିଲ ହୋଇଥିବା ୯ପଂଚାୟତର ଭୋଟରଙ୍କ ଭୂମିକା ନିର୍ଣ୍ଣାୟକ ରହିବ ବୋଲି କୁହାଯାଉଛି । ଏହି ଅଂଚଳର ୪୦ ହଜାରରୁ ଉର୍ଦ୍ଧ ଭୋଟଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଭୋଟ ଯେଉଁ ପ୍ରାର୍ଥୀ ସପକ୍ଷରେ ଯିବ ସେ ବିଧାୟକ ହେବାର ସମ୍ଭାବନା ଅଧିକ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ଏହି ନିର୍ବାଚନ ମଣ୍ଡଳି କୋରେଇ ବ୍ଲକର ୨୮ଗୋଟି, ରସୁଲପୁର ବ୍ଲକର ୯ଗୋଟି ଓ ବ୍ୟାସନଗର ପୌରପରିଷଦର ୨୬ଟି ୱାର୍ଡକୁ ନେଇ ଗଠିତ । ଚଳିତ ନିର୍ବାଚନରେ ସମଗ୍ର ନିର୍ବାଚନ ମଣ୍ଡଳିରେ ୧ଲକ୍ଷ ୮୦ହଜାରରୁ ଉର୍ଦ୍ଧ ଭୋଟର ସେମାନଙ୍କ ମତଦାନ କରିବାର ସୁଯୋଗ ପାଇବେ । ୨୦୧୪ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳିରେ ୭୬.୨୮ ଶତକଡା ମତଦନା ହୋଇଥିଲା । ପ୍ରେତ୍ୟକ ନିର୍ବାଚନରେ ଏଠାରେ ମତଦାନ ହାର ବଢିବଢି ଚାଲିଛି । ସେହି ହାରରେ ମତଦାତାଗଣ ମତଦାନ କଲେ ପ୍ରାୟତଃ ୧ଲକ୍ଷ ୪୦ହଜାରରୁ ଉର୍ଦ୍ଧ ଭୋଟ ପୋଲିଂ ହେବ ବୋଲି ଆକଳନ କରାଯାଉଛି । ଯେହେତୁ ତିନି ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡ୍ଡା ଟକ୍କର ହେଉଛି । ଯେଉଁ ପ୍ରାର୍ଥୀକୁ ୫୦ହଜାରରୁ ଉର୍ଦ୍ଧ ଭୋଟ ମିଳିବ ତାର ସପକ୍ଷରେ ନିର୍ବାଚନ ଫଳ ଯିବ ବୋଲି ସମୀକ୍ଷକମାନେ ମତପୋଷଣ କରୁଛନ୍ତି । ଏହାକୁ ଦୃଷ୍ଟି ଦେଲେ ରସୁଲପୁର ବ୍ଲକର ୪୦ହଜାର ଭୋଟରଙ୍କ ମତଦାନ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାଛଡା ତିନି ପ୍ରାର୍ଥୀଙ୍କ ଦବଦବା ତିନି ଅଂଚଳରେ ରହିଛି । କଂଗ୍ରେସ ପ୍ରାର୍ଥôନୀ ବନ୍ଦିତା ପରିଡାଙ୍କ ଦବଦବା ବ୍ୟାସନଗର ପୌର ପରିଷଦରେ ରହିଥିବା ବେଳେ କୋରେଇ ବ୍ଲକ ଭାଜପା ପ୍ରାର୍ଥୀ ବିଶ୍ୱଜିତ୍ ନାୟକଙ୍କ କବ୍ଚାରେ ରହିଛି । ରସୁଲପୁର ୯ପଂଚାୟତରେ ଅଶୋକ ବଳଙ୍କ ଘର ହୋଇଥିବାରୁ ସେ ଏହାକୁ ଭୋଟ ବ୍ୟାଙ୍କ ବୋଲି ଚିନ୍ତା କରୁଛନ୍ତି । ମାତ୍ର ତିନି ଦଳରେ ରହିଥିବା ଦଳୀୟ ଅସନ୍ତୋଷ ଭୋଟକୁ ବିଭାଜନ କରିବ । ଶେଷ ମୁହୂର୍ତ୍ତରେ ଯେଉଁ ଦଳ ଆଭ୍ୟନ୍ତରଣୀୟ କନ୍ଦଳକୁ ସମାଧାନ କରିବାରେ ଅଧିକ ସକ୍ଷମ ହେବ ଫଳାଫଳ ତା ସପକ୍ଷରେ ଯିବା ନେଇ ଏବେଠୁଁ ଚର୍ଚ୍ଚା ଆରମ୍ଭ ହେଲାଣି । ତେବେ ତିନି ପ୍ରମୁଖ ଦଳରେ ରହିଥିବା ଅନ୍ତର୍କନ୍ଦଳକୁ ଦୃଷ୍ଟି ଦେଲେ ଜଣାଯାଏ କଂଗ୍ରେସର ପ୍ରାର୍ଥୀ ବନ୍ଦିତା ପରିଡା ଓ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଂଟିଆଙ୍କ ମଧ୍ୟରେ ରହିଆସୁଥିବା ଅନ୍ତଦ୍ୱର୍ନ୍ଦଦ ଦଳପାଇଁ ଘାତକ ହୋଇପାରେ । ତେଣେ ରାମଙ୍କ ଶିଷ୍ୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ରାମଙ୍କ ସମର୍ଥକମାନେ କାହା ସପକ୍ଷରେ ଭୋଟ ଦେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି । ଅନ୍ୟପକ୍ଷରେ ଦେଖିବାକୁ ଗଲେ ଭାଜପା ପ୍ରାର୍ଥୀ ବିଶ୍ୱଜିତ୍ ନାୟକଙ୍କ ସ୍ଥିତି ତଦ୍ରୂପ ବୋଲି ଜଣାପଡିଛି । କୋରେଇର ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ଭାଜପାର ଯୁବନେତା ଆଲେକଜାଣ୍ଡର ଦାସ ପ୍ରମୁଖ ଦଳର ନିଷ୍ପତିକୁ ନେଇ ଖୁସି ନଥିବା ଭଳି ମନେହେଉଛି । ଏପରି କି ସଂଚିତାଙ୍କ ସମର୍ଥକମାନେ ବିଶ୍ୱଜିତଙ୍କ ପ୍ରାର୍ଥୀଙ୍କୁ ବିରୋଧ କରିଥିଲେ । ତେବେ ଉଭୟ ନେତାଙ୍କ ବିରୋଧ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଆଉ ଏକ ଦିଗକୁ ଦେଖିଲେ କୋରେଇ ବ୍ଲକ ବିଶ୍ୱଜିତ୍ଙ୍କ କବଜ୍ଜାରେ ରହିଛି । ଏହି ସଫଳତା ତାଙ୍କ ନାଁରେ ଯାଇଛି । ହେଲେ ଏହି ସଫଳତାର ପରଦା ପଛରେ ଯାଜପୁର ଜିଲାର ଦୁଇ ବିଜେଡି ଯୁବ ବିଧାୟକଙ୍କ ଭୂମିକା ରହିଛି ଯାହାକୁ ଅସ୍ୱୀକାର କରାଯାଇ ପାରିବନାହିଁ । ବିଜେଡିର ପ୍ରମୁଖ ୨ ବିରୋଧୀ ଦଳର ସ୍ଥିତି ଏହିପରି ଥିବା ବେଳେ ବିଜେଡି ମଧ୍ୟରେ ଅନେକ ଫାଟ ରହିଛି । ନିର୍ବାଚନ ପୂର୍ବରୁ ସମସ୍ତ ଫାଟକୁ ସଠିକ୍ ଢଙ୍ଗରେ ପରିଚାଳନା କରାଯାଇ ନପାରିଲେ ଦଳ ପାଇଁ ଏହା ଘାତକ ସାଜିବ ବୋଲି ଶୁଣାଯାଉଛି । କୋରେଇରେ ବିଜେଡି ସଂଗଠନ ଉପରେ ଜିଲାର ୪ ପ୍ରମୁଖ ବିଧାୟକଙ୍କ ନିୟନ୍ତ୍ରଣ ରହିଛି । ଦଳ ପକ୍ଷରୁ ୪ ବିଧାୟକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପାରିିଲେ ବିଜେଡି ପ୍ରାର୍ଥୀଙ୍କର ଜିତିବା ପଥ ସୁଗମ ହେବାର ସମ୍ଭାବାନ ରହିଛି । ତେବେ ପୂର୍ବତନ ବିିଧାୟକ ଅଶୋକ ଦାସଙ୍କ ସମର୍ଥକମାନେ ତାଙ୍କ ପୁଅ ପ୍ରଣବ ପ୍ରକାଶ ଦାସଙ୍କ ନିୟନ୍ତ୍ରଣରେ ଥିବା ବେଳେ କୋରେଇର ପୂର୍ବତନ ବିଧାୟକ ପ୍ରିତିରଂଜନ ଘଡାଇ(ଡାନି)ଙ୍କ ସମର୍ଥକ ତାଙ୍କ ନିୟନ୍ତ୍ରଣରେ ରହିଛି, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାଏଙ୍କ ଘର କୋରେଇ ନିର୍ବାଚନ ମଣ୍ଡଳିରେ ରହିଛି । ବିଧାୟକ ଆକାଶ ଦାସନାୟକ ପ୍ରମୁଖଙ୍କ ସମର୍ଥକମାନେ ମତଦାନ ପୂର୍ବରୁ ସେମାନଙ୍କ ଇସାରାକୁ ଅପେକ୍ଷା କରିବେ । ଏ ସବୁ ସତ୍ୱେ କୋରେଇରେ ଆକାଶଙ୍କୁ ଟିକେଟ ମିଳିବା ନେଇ ସମର୍ଥକମାନେ ପ୍ରବଳ ହୋହଲ୍ଲା କରୁଥିଲେ । ଟିକେଟ ଘୋଷଣା ହେବା ପରଠାରୁ ବିରୋଧୀଙ୍କ ସ୍ୱର ଧିରେ ଧିରେ କ୍ଷୀଣ ହେବାରେ ଲାଗିଛି । ବିଶେଷକରି ରସୁଲପୁର ୯ ପଂଚାୟତର ଯେଉଁ ଛାମୁଆ ନେତା ଓ କର୍ମୀ ଆକାଶଙ୍କ ସମର୍ଥନରେ ପାଟି କରୁଥିଲେ । ସେମାନଙ୍କ ସଂଖ୍ୟା କମି ୨ ଅଙ୍କରେ ପହଁଚିଲାଣି । ବୁଧବବାର ପାଣିକୋଇଲିଠାରେ ଆକାଶଙ୍କ ସମର୍ଥକଙ୍କୁ ନେଇ ଅନୁଷ୍ଠିତ ବୈଠକରୁ ଏହା ପ୍ରମାଣିତ ହୋଇଛି । ଏଠାରେ ଅନୁଷ୍ଠିତ ବୈଠକରେ ରସୁଲପୁର ବ୍ଲକ କୋରେଇ ବିଧାୟକ ପ୍ରତିନିଧି ପ୍ରହ୍ଲାଦ ପଣ୍ଡାଙ୍କୁ ଛାଡିଦେଲେ ଆଉ ସେଭଳି ଛାମୁଆ ନେତା କେହି ଉପସ୍ଥିତ ହୋଇନଥିବା ଜଣାପଡିଛି । ଏହାଛଡା ଆକାଶଙ୍କ ଟିକେଟରୁ ବଂଚିତ ହେବା ପରେ ଏହି ୯ ପଂଚାୟତରୁ ଜଣେହେଲେ କର୍ମୀ ତାଙ୍କ ସମର୍ଥନରେ ସମବେଦନା ଜ୍ଞାପନ ନକରିବା ଘଟଣା ତାଙ୍କୁ ସଂଗଠନ ଓ ସମର୍ଥକଙ୍କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରି କି ଅସନ୍ତୁଷ୍ଟମାନେ ଅଶୋକଙ୍କୁ ସର୍ତ୍ତମୂଳକ ସମର୍ଥନ ଦେବାରେ ଅସୁବିଧା ନଥିବା ନେଇ ଚର୍ଚ୍ଚା ହେଉଛି । ଏ ଦିଗରେ ଅସନ୍ତୁଷ୍ଟକୁ ନେଇ ଅନୁଷ୍ଠିତ ଏକ ରୁଦ୍ଧଦ୍ୱାର ବୈଠକରେ ହୋଇଥିବା ଆଲୋଚନାରୁ ସୂଚନା ମିଳିଛି । ତେବେ ରସୁଲପୁର ବ୍ଲକ ଶାଖାରେ ବିଜେଡି ତାର ଦଳୀୟ କନ୍ଦଳକୁ ଦୂରକରି ସର୍ବାଧିକ ଭୋଟ ହାତେଇ ଜିତିବାର ଆଶା ଉଜ୍ନଳ କରିବା ନେଇ ଉଦ୍ୟମ ଜାରି ରଖିଛି । ଅନ୍ୟ ଦଳ ଗୁଡିକ ସମପରିମାଣର ଚେଷ୍ଟା ଚଳାଇଛନ୍ତି । ହେଲେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେବାରୁ ଅନେକ ଅସନ୍ତୁଷ୍ଟ ବିଜେଡି କର୍ମୀ ବିରୋଧୀ ନେତାଙ୍କ ଶିବିର ସହ ଯୋଡି ହୋଇଯାଇଛନ୍ତିି । ସେମାନଙ୍କୁ ପ୍ରଭାବିତା କରିବା ଉପରେ ବିଜେଡି ଦଳ ଗୁରୁତ୍ୱ ଦେବା ସହ ଦଳକୁ ଫେରାଇ ଆଣିବାକୁ ନେଇ ବିଭିନ୍ନ ସ୍ଥାନରେ ରୁଦ୍ଧଦ୍ୱାର ବୈଠକରେ ବିଚାର ବିମର୍ଶ କରାଯାଉଛି । ଏ ସବୁ ସତ୍ୱେ ଚଳିତ ସାଧାରଣ ନିର୍ବାଚନ ସବୁ ଦଳ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହେବ ବୋଲି କୁହାଯାଉଛି । ତେବେ ସବୁ ଦଳ ସେମାନଙ୍କର ସମ୍ଭାବ୍ୟ ସମସ୍ୟାକୁ କିଭଳି ଭାବରେ ମୁକାବିଲା କରିପାରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

Related Posts

About The Author

Add Comment