ଯାଜପୁର, ୨୫/୦୩ (ସନ୍ଧାନ ନିଉଜ/ ଜଗେମାହନ ରାଉତ): କୋରେଇ ନିର୍ବାଚନ ମଣ୍ଡଳିରେ ବିଜେଡି ଦଳର ଟିକେଟ ଅଙ୍କ ଛିଡୁ ନାହିଁ । ଏହିଭଳି ସ୍ଥିତିରେ ବିଧାୟକଙ୍କ ବିରୋଧୀ ମେଳି ହେବାରେ ଲାଗିଛି । ଏଥିରୁ ଫାଇଦା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମିଳିବ ବୋଲି କୁହାଯାଉଛି । ବିଧାୟକ ଶ୍ରୀ ଦାସନାୟଙ୍କ ଦୋଷ ଦୁର୍ବଳତାକୁ ପାଥେୟ କରି ସ୍ୱର୍ଗତ ପିତା ଅଶୋକ ଦାସଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ସୁଯୋଗ ହାତେଇବାକୁ ଏହା ପ୍ରକୃଷ୍ଟ ସମୟ ବୋଲି ଧରି ନେଇଛନ୍ତି । ଏହି କ୍ଷେତ୍ରରେ ରସୁଲପୁର ବ୍ଲକରେ ଆଜି ସଂଧ୍ୟାରେ ଆୟୋଜିତ ବିଧାୟକ ବିରୋଧୀ ବୈଠକରୁ ପ୍ରଣବଙ୍କ ପାଇଁ ଏକ ସୁଭ ସୂଚନା ପ୍ରେରଣ କରୁଛି । ଏହି କ୍ରମରେ କୋରେଇରେ ଆକାଶଙ୍କ ପାଇଁ ପ୍ରଣବ ଭାରି ପଡିବେ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପ୍ରକାଶ ଯେ ରସୁଲପୁର ବ୍ଲକରୁ କୋରେଇ ନିର୍ବଚାନ ମଣ୍ଡଳୀରେ ସାମିଲ ହୋଇଥିବା ୯ଗୋଟି ପଂଚାୟତରୁ ଶତାଧିକ ଛାମୁଆ କର୍ମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରସୁଲପୁର ପଂଚାୟତ ସମିତି ଉପାଧ୍ୟକ୍ଷ ଯତିନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ବହୁ ବିଜେଡି କର୍ମୀ ଯୋଗଦେଇ ବିଧାୟକ ଶ୍ରୀ ଦାସନାୟକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ବିଧାୟକ କିଛି ମୁଷ୍ଟିମେୟ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ହାତକୁ ଦଳକୁ ଟେକି ଦେଇଛନ୍ତି ବୋଲି କର୍ମୀଗଣ ମତ ରଖିଥିଲେ । ବିଧାୟକ ଶ୍ରୀ ଦାସନାୟକଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଗଲେ । ବଜୁ ପରିବାର ବହୁ କର୍ମୀ ଦଳ ପରିତ୍ୟାଗ କରିବେ ବୋଲି କ୍ଷୋଭର ସହ ପ୍ରକାଶ କରିଥିଲେ । ସଠିକ୍ ନେତୃତ୍ୱ ଦେବାରେ ବିଧାୟକ ବିଫଳ ହୋଇଛନ୍ତି । ଫଳରେ ଗତ ପଂଚାୟତ ନିର୍ବାଚନରେ ଦଳକୁ କୋରେଇ ଓ ରସୁଲପୁର ବ୍ଲକରେ ପରାଜୟ ସ୍ୱୀକାର କରିବାକୁ ପଡିଲା । ଆକାଶଙ୍କ ବଦଳରେ ଦଳରୁ ଅନ୍ୟ କାହାକୁ ପ୍ରାର୍ଥୀ କରାଇଲେ ସମସ୍ତେ ଏକଜୁଟ ହୋଇ ଦଳ ପାଇଁ କାମ କରିବେ ଏବଂ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଆଣିବେ ବୋଲି ଏକ ସ୍ୱରରେ ପ୍ରକାଶ କରିଥିଲେ । ତେବେ ଦଳ ନେତା ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । ନଚେତ୍ ଫଳ ଓଲଟା ହୋଇପାରେ ବୋଲି ପୂର୍ବତନ ସରପଂଚ ନରୋତ୍ତମ ସାହୁ, ଶିଶିର ମହାନ୍ତି, ସୁବାଷ ମିଶ୍ର, ପ୍ରଶାନ୍ତ ଦାସ, ଦିଲିପ ସାହୁ, ମିଟୁ ସାହୁ, ଶଶାଙ୍କ ଶେଖର ରାଉତ ପ୍ରମୁଖ ନେତୃବୃନ୍ଦ ମତ ରଖିଥିଲେ । ରସୁଲପୁର ବ୍ଲକରୁ ବିଧାୟକ ବିରୋଧୀ ସ୍ୱର ତାଙ୍କ ପାଇଁ ମହଙ୍ଗା ପଡିବ ବୋଲି କୁହାଯାଉଥିବା ବେଳେ ଟିକେଟ ଆଶାୟୀଙ୍କ ମଧ୍ୟରେ ଉତ୍ସାହ ଆଣି ଦେଇଛି । ଏହିଭଳି ଗୋଳମାଳିଆ ସ୍ଥିତିରୁ ପ୍ରଣବପ୍ରକାଶ ଦାସ ଓରଫ ବବି ବାବୁଙ୍କୁ ବେଶୀ ସୁହାଇବ ବୋଲି କୁହାଯାଉଛି । ତାଙ୍କ ନିର୍ବାଚନ ମଣ୍ଡଳି ମହିଳାଙ୍କ ଭାଗରେ ପଡିଲେ ସେ ଏହି ଆସନରୁ ପ୍ରାର୍ଥୀ ହେବାର ଢେର ସମ୍ଭାବନା ରହିଛି । ତେବେ ଏଭଳି ସ୍ଥିତିରରେ ଦଳ କୋରେଇ ନିର୍ବାଚନ ମଣ୍ଡଳିରେ କାହାକୁ ପ୍ରାର୍ଥୀ କରିବ ତା ଉପରେ ସମସ୍ତଙ୍କର ନଜର ରହିଛି ।
କୋରେଇରେ ଆକାଶଙ୍କୁ ଭାରି ପଡିବେ କି ପ୍ରଣବ,ରସୁଲପୁର ବ୍ଲକରୁ କୋରେଇ ବିଧାୟକଙ୍କ ବିରୁଦ୍ଧରେ ଉଠିଲା ସ୍ୱର
|
March 26, 2019 |
![](https://sandhannews.com/wp-content/uploads/2019/03/Baithak-2.jpg)