କୋରାପୁଟ ର୍ନିବାଚନ ମଣ୍ଡଳୀ: ଦଳୀୟ ନୁଆଁ ମୁହଁ ପାର୍ଥୀହିଁ ମାରିପାରେ ବାଜି

Spread the love

କୋରାପୁଟ ୧୬/୩ (ସନ୍ଧାନ ନିୟୁଜ) – ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି କୋରାପୁଟ ନିର୍ବାଚନ ମଣ୍ଡଳୀ ରେ ରାଜନୀତି ଉଷ୍ମତା ସେତେ ବୃଦ୍ଧି ପାଉଛି । ଏମିତି କି ଜିଲ୍ଲାର ସମସ୍ତ ଚା ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ହୋଟେଲ, ପାନ ଦୋକାନ, ସେଲୁନ ମାନଙ୍କ ରେ ନୂଆ ମୁଁହ ନୂଆ ଚେହେରା ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବା ରେ ଲାଗିଛି ।ଆଉ କିଛି ସମୟ ର ବ୍ୟବଧାନ ରେ କୋରାପୁଟ ଜିଲ୍ଲାର ବିଭିନ୍ନ ଦଳର ସାଂସଦ ଏବଂ ବିଧାୟକ ଙ୍କ ଚୂଡାନ୍ତ ପର୍ଯ୍ୟାୟରେ ତାଲିକା ପ୍ରସ୍ତୁତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ବିଭିନ୍ନ ଦଳର ନୂଆ ମୁଁହ ନୂଆ ଚେହେରା ଦେଖିବା ପାଇଁ ଅପେକ୍ଷା ରେ କୋରାପୁଟ ଜିଲ୍ଲାର ଜନସାଧାରଣ ଙ୍କ ଉତ୍କଣ୍ଠା ବଢ଼ିବା ରେ ଲାଗିଛି ।

କୋରାପୁଟ ର୍ନିବାଚନ ମଣ୍ଡଳୀଟି କୋରାପୁଟ ସୁନାବେଢ଼ା, ଲମତାପୁଟ ସହିତ ମିଶିକି ଥିବା ବେଳେ କୋରାପୁଟର ୧୫ଟି ଗ୍ରାମପଂଚାୟତ ଏବଂ ବୈପାରିଗୁଡାର ବ୍ଲକର ୮ଟି ଗ୍ରାମ ପଚୟତ ରହିଛି । ୧୯୫୧ ମସିହାରେ ଗଣତନ୍ତ୍ର ପରିଷଦରୁ ଗଙ୍ଗା ମୁଦୁଲି, ୧୯୫୭ ମସିହାରେ ସେହି ଦଳରୁ ଲଛମନ ପୁଜାରି, ୧୯୬୧ରେ କଂଗ୍ରେସ ଦଳରୁ ତୋୟକା ସଙ୍ଗଣା, ୧୯୭୪ ଉକôଳ କଂଗ୍ରେସରୁ ହରିଶ ଚନ୍ଦ୍ର ବକ୍ସିପାତ୍ର, ୧୯୮୦, ଏବଂ ୧୯୮୫ ରେ କଂଗ୍ରେସ ଦଳରୁ ନୃସିଂହ ନନ୍ଦ ବ୍ରହ୍ମ, ୧୯୯୦ରେ ପୁଣିଥରେ ଜନତା ଦଳରୁ ହରିଶ ଚନ୍ଦ୍ର ବକ୍ସିପାତ୍ର, ୧୯୯୫ରେ ଗପ୍ତ ପ୍ରସାଦ ଦାସ, ୨୦୦୦ଏବଂ ୨୦୦୪ରେ ତାରା ବାହାନିପତି, ୨୦୦୯ରେ ବିଜୁ ଜନତା ଦଳରୁ ରଘୁରାମ ପଦଳ ପ୍ରଭୃତି ରହିଥିବା ବେଳେ ୨୦୧୪ରେ କଂଗ୍ରେସ ଦଳରୁ କୃଷ୍ଣଚନ୍ଦ୍ର ସଗରିଆ ପ୍ରଭୃତି ପାର୍ଥୀ ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି ।

ଏବେ ରାଜନୌତିକ ଆକାଶରେ ପାଣିପାଗ ଘଂଟାକୁ ଘଂଟା ବଦଳୁଥିବା ବେଳେ କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସ ଦଳ ଛାଡିଛନ୍ତି । ନିକଟରେ ବହୁ ନୁଆ ମୁଅଁ ପଦାକୁ ଆସୁଥିବା ବେଳେ କୋରାପୁଟ ବାସୀ ଏଥର ନୁଆଁ ମୁହଁକୁ ଅନେଇ ରହିଛନ୍ତି । ପରିବର୍ତନ ଚାହୁଥିବା କୋରାପୁଟ ବାସୀ ନିଜର ସାର୍ବଙ୍ଗୀନ ବିକାଶ ପାଇଁ ଗତ ୨୦୧୪ରେ ଏହି ଆସନରୁ ପାର୍ଥୀ ହୋଇଥିବା ୧୫ଟି ପାର୍ଥୀ ମଧ୍ୟରୁ ବିଜେପି ଏବଂ ବିଜେଡି କଂଗ୍ରେସ ମଧ୍ୟରେ ଏକପ୍ରକାର ଲଢ଼େଇ ହୋଇଥିଲା । ମୋଟ ୧୨୪୬୬ରୁ ବିଜେପିର ଜୟରାମ ଗରଡ ୧୩୬୬୫ ଏବଂ ବିଜେଡିର ରଘୁରାମ ମଚ୍ଚ ୪୫୬୯୬ ପାଇଥିବା ବେଳେ କଂଗ୍ରେସର କୃଷ୍ଣଚନ୍ଦ୍ର ସଗରିଆ ୫୦୬୭୨ ଭୋଟ ପାଇ ବିଧାୟକ ହୋଇଥିଲେ । ଗତ ସାଧାରଣ ନିର୍ବାଚନରେ ବିଭିନ୍ନ ଦଳର ସାଂସଦ ଏବଂ ବିଧାୟକ ମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀ ରେ ପ୍ରତିଶ୍ରୁତି ଦେଇ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟ ଆଜି ପର୍ଯ୍ୟନ୍ତ ନ କରିବା ଫଳରେ ଜନସାଧାରଣ ବାଧ୍ଯ ହୋଇ କିଛି ନୂଆ ମୁଁହ ଏବଂ ନୂଆ ଚେହେରା ଦେଖିବା ପାଇଁ ସାଧାରଣ ରେ ଚର୍ଚ୍ଚା ହେଉଛି ।ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବା ଏବେ ବାକି ରହିଲା ।  ଅନ୍ୟ ପାର୍ଥୀ ମାନେ ମାତ୍ର ୩ହାଜର ଭୋଟ ପାଇପାରିନଥିଲେ । ଏଥର ବିଜେପିର ଏବଂ ବେଜେଡ ମଧ୍ୟରେ ଲଢ଼େଇ ଜୋର ହେବାର ସମ୍ଭାବନା ରହିଥିବା ବେଳେ କଂଗ୍ରେସ ମଧ୍ୟ ଏଥିରୁ ବାଦ ପଡିବା ନାହିଁ । ତେବେ ଦେଖିବାକୁ ବାକି ରହିଲା ଦଳର କାହାକୁ ଟିକେଟ ଦେଉଛି ଏବଂ ତାଙ୍କୁ ଭୋଟର କେମିତି ଗ୍ରହଣ କରୁଛନ୍ତି ।

ରିପୋର୍ଟ – ମାନସ ରାଉତ ଏବଂ ସରୋଜ କୁମାର ଲେଙ୍କା 

Related Posts

About The Author

Add Comment