କୋରାପୁଟ ପୁଲିସକୁ ମିଳିଛି ବଡ଼ ସଫଳତା ,୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Spread the love
କୋରାପୁଟ, ୨୧/୧୦ (ସନ୍ଧାନ ନିଉଜ): ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ମାମଲା ବଢିଚାଲୁଥିବା ବେଳେ ଏହାକୁ ନିପାତ କରିବାକୁ ବାରମ୍ବାର ପୋଲିସ୍ କିଛି ନା କିଛି ବଡ଼ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି । ତେବେ ଏହାରି ଭିତରେ କୋରାପୁଟ ପୁଲିସକୁ ମିଳିଛି ବଡ଼ ସଫଳତା ।  କୋରାପୁଟ ପୋଲିସ୍ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି । ଖଡାପୁଟ ଗ୍ରାମ ନିକଟ ଜଲାପୁଟ ଜଳଭଣ୍ଡାର ନିକଟରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପ୍ରସ୍ତୁତ ହେଉଥିବା ଖବର ପାଇ ଚଢାଉ କରି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ।  ଯାହା ପ୍ରାୟ ୮ କୁଇଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଗଞ୍ଜେଇ ଚୋରା ଚାଲାଣ କାରି ସ୍ଥାନୀୟ ମାଫିଆ ଥିବା ଚିହ୍ନଟ କରିଛି ପୋଲିସ ।

Related Posts

About The Author

Add Comment