କୋରାପୁଟ/ବୈପାରିଗୁଡା, ୧୮/୨ (ସନ୍ଧାନ ନିୟୁଜ ) ଫୁଲୱମା ଆତଙ୍କବାଦୀ ଆକ୍ରମଣ ରେ ସହୀଦ ହୋଇଥିବା ୪୦ ଜଣ ଯବାନଙ୍କ ସ୍ମୃତିରେ ଆଜି ଦେଶବ୍ୟାପୀ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ କୋରାପୁଟ ଜିଲ୍ଲାର ବୈପାରିଗୁଡା ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।ଏହି ବନ୍ଦ ଡାକରା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଦେଇଥିବାର ଜଣାପଡ଼ିଛି ।ଏହି ବନ୍ଦ ଡାକରା ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେଵ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ମିଳିଛି ।ସହୀଦ ଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଧେଶ୍ୟରେ ବନ୍ଦ ପାଳନ କରାଯାଉଥିବାରୁ,ଏହାକୁ ସମର୍ଥନ ଜଣାଇ ଜିଲ୍ଲାର ବିଭିନ୍ନ ବ୍ୟବସାୟୀ କ ସଙ୍ଘ ଏଥିରେ ସାମିଲ ହୋଇଛନ୍ତି ।
ରିପୋର୍ଟ – ସରୋଜ କୁମାର ଲେଙ୍କା
ବୈପାରିଗୁଡା