କୋରାପୁଟ ଜିଲ୍ଲା ଶାଖ ତରଫରୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତା

Spread the love
କୋରାପୁଟ (୧୩.୧୧.୨୦୨୨/ସନ୍ଧାନ ନିଉଜ)  ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ରାଜ୍ୟ ଶାଖାର ଆହ୍ୱାନ କ୍ରମେ କୋରାପୁଟ ଜିଲ୍ଲା ଶାଖ ତରଫରୁ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ବ୍ୟାନର ରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତା ସ୍ଥାନୀୟ ଶାରଦା ବିହାର ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହେଇଯାଇଅଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଶିକ୍ଷାବିତ୍ ଶ୍ରୀନାଥ ମିଶ୍ର, ଡ଼. ମନୋରଞ୍ଜନ ପ୍ରଧାନ ତଥା ବିଦ୍ୟାଳୟର ପ୍ରଧାନ ଅଚାର୍ଯ୍ୟ ପ୍ରସନ୍ନ କୁମାର ବସ୍ତିଆ ।  ପ୍ରଥମରୁ ପଞ୍ଚମ ପର୍ଯନ୍ତ ବିଷୟ ବସ୍ତୁ ଦିଆଯାଇଥିଲା, ବଉଦ ଭାଷେ ନୀଳ ଆକାଶେ, ସୂରୁଜ ଖରା ଛୁଇଁ, ହଂସ ଖେଳେ ପୋଖରୀ ଜଳେ, ଦୋହଲୁ ଥାଏ କଇଁ । ସେହିଭଳି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଷୟ ବସ୍ତୁ ଥିଲା, ସଞ୍ଜ ନଇଲେ ଚଉଁରା ମୂଳେ, ଦୀପ ଜଳାଏ ମାଆ, ଶୁଭ ଶଂଖରେ ଶୁଣାଇ ଦିଏ, ଭଲରେ ଥାଉ ମୋ ଗାଁ । ଏହି ଅବସର ରେ ବିଚାରକ ଭାବେ ଯୋଗ ଦେଇଥିଲେ, ପି. ଶ୍ରୀନିବାସ ରାଓ, ମନୋଜ ମହାପାତ୍ର ଓ କେ. ସୁନୀଲ କୁମାର । ପ୍ରାରମ୍ଭରେ ଶାରଦା ବିହାରର ବିଦ୍ୟାର୍ଥି ଗଣ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିବା ସ୍ଥଳେ ଭାରତ ମାତାଙ୍କ ନିକଟରେ ନାରିକେଳ ତଥା ପ୍ରଦୀପ ସମର୍ପଣ ସହ ଉତ୍ସବଟିର ଅୟମାରମ୍ଭ କରାଯାଇଥିଲା । ଆସନ୍ତ ୨୫ ତାରିଖ ଦିନ ଫଳାଫଳ ଅନୁଷ୍ଠାନର ୱେବସାଇଟ ରେ ପ୍ରକାଶିତ ହେବା ସହ ଆଗାମୀ ଦିନରେ ରାଜ୍ୟସ୍ତରୀୟ ପ୍ରତିଯୋଗୀତା ନିମନ୍ତ ବିଜେତା ମାନଙ୍କୁ ଚୟନ କରାଯିବ ବୋଲି କୋରାପୁଟ ଶାଖା ସଂଯୋଜକ ଅରୁଣ କୁମାର ତ୍ରିପାଠୀ ଏକ ପ୍ରେସ୍ ବିବୃତ୍ତି ରେ କହିଅଛନ୍ତି । ସୂଚନାଯୋଗ୍ୟ ଯେ,  ୯୦ ଦଶକରେ ସ୍ଥାପିତ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଏକ ଅଣଲାଭ ସଂସ୍ଥା, ଯାହାର ଶାଖାମାନ ଓଡି଼ଶାର ସମସ୍ତ ଜିଲ୍ଲାରେ ରହିଅଛି ଏବଂ ନିଜର ଉପ ସଂସ୍ଥା  ଯଥା ବିଚାରଧାରା, ଯୁବ ସଂସଦ, ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ, ମୋ ଗାଁ, ସାହିତ୍ୟ ଓ ପ୍ରକାଶନୀ ବିଭାଗ, ସମ୍ପର୍କ ସେତୁ , ସେବା ଟ୍ରଷ୍ଟ ତଥା ବର୍ହିବିଭାଗ ମାଧ୍ୟମରେ ସ୍ୱାମୀ ବିବେକାନନ୍ଦଙ୍କ ସ୍ୱପ୍ନର ପ୍ରଗତିଶୀଳ ଭାରତ ଗଠନ କରିବା ଯାହାର ଆପ୍ତ ବାକ୍ୟ ରହିଅଛି- ସେବା ସଙ୍ଗଠନ ଓ ସମୃଦ୍ଧି ।

Related Posts

About The Author

Add Comment