କୋରାପୁଟ ଜିଲ୍ଲା ପରିଷଦର ନୂଆ ଅଧ୍ୟକ୍ଷା ହେଲେ ତୁଳସୀ କିର୍ଷାନୀ
କୋରାପୁଟ ଜିଲ୍ଲା ପରିଷଦର ନୂଆ ଅଧ୍ୟକ୍ଷା ହେଲେ ତୁଳସୀ କିର୍ଷାନୀ
Manas Kumar Rout |
July 3, 2019 |
କୋରାପୁଟ: କୋରାପୁଟ ଜିଲ୍ଲା ପରିଷଦର ନୂଆଁ ଅଧ୍ୟକ୍ଷା ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ଵାଚିତ ହେଲେ ତୁଳସୀ କିର୍ଷାନୀ । ବର୍ତ୍ତମାନର ଅଧ୍ୟକ୍ଷ ପ୍ରଭୁ ଜାନି ଵିଧାୟକ ଭାଵେ ନିର୍ଵାଚିତ ହେଵା ପରେ ଏହି ଆସନ ଖାଲି ପଡିଥିଲା ।ଅଧ୍ୟକ୍ଷ ପଦଵୀ ପାଇଁ ନିର୍ବାଚନ ହୋଇଥିଲା ବେଳେ ତୁଳସୀ ଏକ ମାତ୍ର ପ୍ରାର୍ଥନୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ତେବେ ଏହି ପଦଵୀକୁ ନେଇ ଅନେକ ଆଶାୟୀ ଥିଵା ବେଳେ ୩ ଜଣ ନାମାଙ୍କନ ଫର୍ମ କିଣିଥିଲେ । ହେଲେ ଦଳୀୟ ହାଇ କମାଣ୍ଡ ତୁଳସୀଙ୍କ ନାଁରେ ମୋହର ମାରିଥିଲେ । ତୁଳସୀ ଅଧ୍ୟକ୍ଷ ନିର୍ବାଚିତ ହେଵା ପୂର୍ବରୁ କୋରାପୁଟ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଥିଲେ।
ଏହି ଅବସରରେ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ,ପୂର୍ବତନ କୋରାପୁଟ ସାଂସଦ ଝିନ ହିକାକା ଙ୍କ ସମେତ ମହିଳା ,ଯୁବ ଛାତ୍ର ଦଳର ବହୁ କର୍ମୀ ଓ ନେତା ଉପସ୍ଥିତ ଥିଲେ | ବିଜୟୀ ଘୋଷଣା ହେବା ପରେ ବିଜୟ ପଟୁଆରରେ ବାହାରି ବାଜା ବାଣ ଫୁଟାଇ ସହର ପରିକ୍ରମା କରିଥିଲେ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।
Related Posts
About The Author