କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନା ଅନ୍ତର୍ଗତ ଚେରକା ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣା

Spread the love

ବୈପାରିଗୁଡା, ୨୫/୪ (ସନ୍ଧାନ ନିୟୁଜ/ସରୋଜ କୁମାର ଲେଙ୍କା)  – କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନା ଅନ୍ତର୍ଗତ ଚେରକା ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି ।ଦୁଇ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ ୪ ଗୁରୁତର ଆହାତ ।ଖବର ରୁ ପ୍ରକାଶ ଯେ ଚେରକା ପଞ୍ଚାୟତର ବରେଇଗୁଡା ଓ ଭକ୍ତରାମଗୁଡା ଦୁଇ ଗାଁ ମଧ୍ୟରେ କୌଣସି ଏକ କାରଣକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା | ଏଥିରେ ଗୋଟିଏ ପରିବାରର ୪ଜଣ ଗୁରୁତର ଅବସ୍ଥାରେ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଥିବାବେଳେ ଗୁପ୍ତ ପୂଜାରୀ ନାମକ ବ୍ୟକ୍ତି ଆଜି ସକାଳେ ଜୟପୁର ମେଡିକାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି |କେସ ନଂ – ୫୪/୧୯/୨୫.୦୪.୨୦୧୯ ରେ ଧାରା ୧୪୭/୧୪୮,୩୨୬/୩୦୭,୩୦୨/୧୪୯ ଆଇପିସି ଲାଗିଥିବା ଜଣାପଡ଼ିଛି ।ବୈପାରୀଗୁଡା ପୋଲିସ ବିଏସଏଫ ସାହାଯ୍ୟରେ ଘଟଣା ସ୍ଥାନରୁ ଛଅ ଜଣକୁ ଆଣି ଅଟକ ରଖି ପଚରା ଉଚରା କରୁଥିବା ବେଳେ ଉକ୍ତ ଗ୍ରାମରେ କୌଣସି ଅପ୍ରିତିକର ଘଟଣା ନ ଘଟିବା ପାଇଁ ନଜର ରଖାଯାଇଛି ବୋଲି ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ପ୍ରକାଶ କରିଛନ୍ତି |

Related Posts

About The Author

Add Comment