କୋରାପୁଟ, ୪/୩ (ସନ୍ଧାନ ନିୟୁଜ) – କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ଵର ଜାଗର ଉତ୍ସବ କୁ ନେଇ ଚଳଚଞ୍ଚଳ ହୋଇଉଠିଛି । ପୀଠରେ ମହା ଦେବଙ୍କ ଦର୍ଶନ ଲାଗି ସକାଳୁ ସକାଳୁ ଭକ୍ତଙ୍କ ଗହଳି ଲାଗିଥିଲା । ପ୍ରାକୃତିକ ସୌନ୍ଦର୍ୟ୍ୟ ଭରା ଏହି ଶୈବପୀଠରେ ଅନେକ ଦୂର ଦୂରାନ୍ତରୁ ଆସିଥିବା ଭକ୍ତମାନେ ଉପବାସ ରହି ନିଜର ମନସ୍କାମନା ପୂର୍ଣ୍ଣ ହେବା ପାଇଁ ପାହାଚ ଚଡି ବାବା ଗୁପ୍ତେଶ୍ଵର ଙ୍କୁ ଦର୍ଶନ କରିଲେ ମଧ୍ୟ କିଛି କଷ୍ଟ ଅନୁଭବ ହେଉନଥିବା ଭକ୍ତ ମାନେ କହିଛନ୍ତି। ଅନେକ ଯୁବକ ଯୁବତୀ ମଜମଜଲିସ କରିବା ସହ ସାବରୀ ନଦୀରେ ସେଲଫି ମଧ୍ୟ ନେଉଥିବା ଦେଖିବାକୁ ମିଳିଥିଲା।ଏହି ମହା ଶିବରାତ୍ରରେ ହଜାର ହଜାର ଭକ୍ତଙ୍କ ଭିଡ଼ ସହ ଅନେକ ଦୋକାନ ବଜାର ସହ ମେଳା ଲାଗି ଥିବା ଦେଖିବାକୁ ମିଳିଥିଲା।। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ସବୁଠି ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିବା ପାଇଁ ନୀତି ଶୃଙ୍ଖଳିତ କରିବାକୁ ଗୁରୁତ୍ୱ ଦିଆଯାଇଛି ।ଏହା ବ୍ୟତୀତ ବୈପାରିଗୁଡା ସ୍ଥିତ ପଶ୍ଚିମେଶ୍ୱର ମନ୍ଦିର, ନିଳକଣ୍ଠେଶ୍ୱର ମନ୍ଦିର, ଡୁଡୁମେଶ୍ୱର ମନ୍ଦିର, ଗାଡ଼ପୁଟ ଶୈବ ମନ୍ଦିର, ଗୁମ୍ମା ଶୈବ ମନ୍ଦିର,ଗନିପୁଟ ଶୈବ ମନ୍ଦିର, ଦୋରଗୁଡା ଶୈବ ମନ୍ଦିର ଭଳି ବିଭିନ୍ନ ଶୈବ ମନ୍ଦିର ଗୁଡିକ ରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।ସକାଳୁ ସକାଳୁ ଭକ୍ତ ମାନେ ଲମ୍ବା ଲାଇନ ରେ ଛିଡ଼ା ହୋଇ ଠାକୁର ଙ୍କୁ ଦର୍ଶନ କରିଥିଲେ ।ଭକ୍ତ ଙ୍କ ଭିଡ଼ କୁ ଦେଖି ସବୁ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା ।ବିଭିନ୍ନ ଶୈବପୀଠ ଗୁଡିକ ରେ ରାତ୍ରି ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ ଆଦିବାସୀ ନାଟକର କାର୍ଯ୍ୟକ୍ରମ ରହିଛି ବୋଲି ପୂଜା କାମିଟି ପକ୍ଷରୁ ସୂଚନା ମିଳିଛି ।ଆଜି ସକାଳୁ ସକାଳୁ ଭୋଗ ପସରା ଧରି ବହୁ ଶ୍ରଦ୍ଧାଳୁ ଶିବ ଦର୍ଶନ ପାଇଁ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି ।ସାରାଦିନ ଉପବାସ ରହି ସନ୍ଧ୍ୟାରେ ଭକ୍ତି ଅଘ୍ୟ ଅର୍ପଣ ପୂର୍ବକ ଶୈବପୀଠ ପରିସରରେ ଦ୍ୱୀପ ଜାଳିବେ ବୋଲି ଶ୍ରଦ୍ଧାଳୁମାନେ ପ୍ରକାଶ କରିଛନ୍ତି ।ବିଳମ୍ବିତ ରାତିରେ ମହାଦୀପ ଉଠିବ ବୋଲି ଜଣାପଡିଛି ।ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ଵର ଙ୍କ ନିକଟରେ ହାଜର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ ଗହଳି ହୋଇଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡାକଡି କରିବା ସହିତ ପୋଲିସ ମଧ୍ୟ ସମସ୍ତ ଜାଗାରେ ଜଗିରହିଥିବା ଦେଖିବା କୁ ମିଳିଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା, ବୈପାରିଗୁଡା