ବାରିପଦା, ୨୬/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଜିଲ୍ଲାରେ ଚାଲିଥିବା କରୋନା ଲଢ଼େଇରେ ସେ ସାଜିଥିଲେ ଏକ ପ୍ରମୁଖ ଯୋଦ୍ଧା କରୋନା ପ୍ରଭାବିତଙ୍କ ନିମନ୍ତେ ନିୟୋଜିତ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ବରେ ରହିଥିଲେ। ମାତ୍ର ସେହି କରୋନା ହିଁ ପ୍ରାଣ ନେଇଗଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ କନିଷ୍ଠ କିରାଣୀ ଅଜୟ ପ୍ରଧାନ(୪୫)ଙ୍କର ଆଜି କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଚଳିତ ମାସ ୧୯ରେ ସେ କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଥିଲେ । ବାଙ୍କିଶୋଳସ୍ଥିତ କୋଭିତ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନଆସିବାରୁ ତାଙ୍କୁ ଗତ ୨୧ ତାରିଖରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶ୍ରୀ ପ୍ରଧାନଙ୍କୁ ଜଣେ କରୋନା ଯୋଦ୍ଧାଭାବେ ଘୋଷଣା କରି ସରକାରୀ ସହାୟତା ଯୋଗାଇଦେବାକୁ ରାଜ୍ୟ ଫାର୍ମାସିଷ୍ଟ ସଂଘ ପକ୍ଷରୁ ଦାବି ହୋଇଛି।
କୋରାନା ଯୋଦ୍ଧାଙ୍କ ମୃତ୍ୟୁ
|
December 26, 2020 |