କୋରନା ସତର୍କତା; ନୋଟ୍‌ ବ୍ୟବହାର ନେଇ ବି ଜାରି ହେଲା ଗାଇଡ୍‌ଲାଇନ୍‌

Spread the love

ନୂଆଦିଲ୍ଲୀ,  ୨୩/୦୩ (ସନ୍ଧାନ ନିୟୁଜ): କରୋନା ସଂକ୍ରମଣ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାନେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଭାରତୀୟ ବ୍ୟାଙ୍କ ଆସୋସିଏସନ୍‌ ବି ଏଥିରେ ସାମିଲ ହୋଇଛି। ଆସୋସିଏସନ୍ ପକ୍ଷରୁ ମଧ୍ୟ କରୋନା ସଂକ୍ରମଣ ରୋକିବା ପାଇଁ ଗାଇଡ୍‌ଲାଇନ୍ ଜାରି କରାଯାଇଛି। କରେନ୍ସି ନୋଟ୍ ଧରିଲା ପରେ ଭଲ ଭାବେ ହାତ ଧୋଇବାକୁ ଆସୋସିଏସନ ପରାମର୍ଶ ଦେଇଛି। ଟଙ୍କା ମାଧ୍ୟମରେ ମଧ୍ୟ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଥିବାରୁ ଏଭଳି ପରାମର୍ଶ ଦିଆଯାଇଛି।

ଜାରି କରାଯାଇଥିବା ଗାଇଡ୍‌ ଲାଇନ୍‌ରେ କୁହାଯାଇଛି ଯେ ହାତରେ ଟଙ୍କା ଧରିଲା ପରେ ଅତି କମ୍‌ରେ ୨୦ ସେକେଣ୍ଡ ପାଇଁ ଭଲ ଭାବେ ହାତ ଧୁଅନ୍ତୁ। ଏହା ସହିତ ଏଭଳି ସମୟରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ଯଥା ସମ୍ଭବ ୟୁପିଆଇ, କ୍ରେଡିଟ କାର୍ଡ ଓ ଡେବିଟ କାର୍ଡରେ ଦେଣନେଣ କରିବାକୁ ସଂଘ ପରାମର୍ଶ ଦେଇଛି।

Related Posts

About The Author

Add Comment