କୋରନା ଯୁଦ୍ଧରେ ଯାଜପୁରର ଅଗ୍ରଣୀ ଅନୁଷ୍ଠାନ ପ୍ରୟାସ , ଭୋକିଲାଙ୍କ ଭୋକ ଦୂର କରୁଛି

Spread the love

ବଡଚଣା, ୨୨/୦୫ (ସନ୍ଧାନ ନିୟୁଜ) କରୋନା ଯୁଦ୍ଧ ଆରମ୍ଭରୁ ଯାଜପୁର ଚଣ୍ଡିଖୋଲର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରୟାସ’ ସାମିଲ ହୋଇଛି । ଲକ ଡାଉନ ସମୟରେ ବିଭିନ୍ନ ଗ୍ରାମରୁ ଗ୍ରାମକୁ ବୁଲି ଗରିବ ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ଦେବା ସହିତ ଶୁଖିଲା ଖାଦ୍ୟ ବଂଟନ କରିଆସୁଛି । ଏପରିକି ରାଜପଥ କଡରେ ଥିବା ଭୋକିଲାଙ୍କ ଖାଦ୍ୟ ଯୋଗାଇ ସେମାନଙ୍କ ଭୋକ ଦୂର କରି କରୋନ ଯୁଦ୍ଧରେ ମହାରଥୀ ସାଜିଛି । ଆଜି ମଧ୍ୟ ବିଭିନ୍ନ ରାଜ୍ୟରୁ ନିଜ ରାଜ୍ୟ ଏବଂ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ନିଜର କର୍ମ ଜାରି ରଖିଛି । ଆଜି ହୋଟେଲ ରାଜପଥ, ନିଶିମଳା, ଚଣ୍ଡିଖୋଲ ଟ୍ରାଫିକ ନିକଟରେ ବାହାରୁ ରାଜ୍ୟରୁ ଆସୁଥିବା ପ୍ରଭାସୀ ମାନଙ୍କ ରନ୍ଧାଖାଦ୍ୟ ଯୋଗାଇ ସେମାନଙ୍କ ଭୋକ ଦୂର କରିବାରେ ସମର୍ଥ ହୋଇଛି । ଏଥିରେ ପ୍ରୟାସ ପକ୍ଷରୁ ଭାରତ ଭୂଷଣ ପଣ୍ଡା, ହେମଶ ଜେନା, ବସନ୍ତ ପଲେଇ, ମାନସ ରାଉତ, ସୁରେନ୍ଦ୍ର ସାମଲ, ସୁଶାନ୍ତ ନାୟକ, ମୋହନ ମହାରଣଶ, ବୀରୋକିଶୋର ଜେନା ସମେତ ଅନ୍ୟ ସମସ୍ତ ମେମ୍ବେର ମାନେ ସହଯୋଗ କରିବା ସହିତ ଖାଦ୍ୟ ବଂଟନ କରିଥିଲେ ।

Related Posts

About The Author

Add Comment