କୋମାରା ଅବକାରୀ ବିଭାଗ,ବେଧଡକ ଚାଲିଛି ଚୋରା ମଦ ପ୍ରସ୍ତୁତି ଓ ବେପାର

Spread the love

ବାରିପଦା, ୨୨/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ମହାମାରୀ କୋରନା ସଂକ୍ରମଣ ପ୍ରାରମ୍ଭ ତଥା ମାର୍ଚ୍ଚ ମାସରୁ ଅବକାରୀ ବିଭାଗର ନିଷ୍କ୍ରିୟତା ସୁଯୋଗରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକରେ ଚୋରା ଦେଶୀ ମଦ ପ୍ରସ୍ତୁତି ଠାରୁ ବେପାର ବେଧଡକ ଚାଲିଛି । ବେତନଟୀ ଅବକାରୀ କାର୍ୟ୍ୟାଳୟ ଅଧିନରେ ରହିଛି ବଡସାହି ବ୍ଲକ । ୩୦ ଟି ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକ ଜିଲ୍ଲାରେ ସର୍ବବୃହତ । ଶିମିଳିପାଳ ପାଦଦେଶରୁ ପଡୋଶୀ ବାଲେଶ୍ଵର ପଯ୍ୟନ୍ତ ଏହାର ସୀମା ପରିବ୍ୟାପ୍ତ । ୨୨୪ ରାଜସ୍ୱ ଗ୍ରାମରେ ୨.୫ ଲକ୍ଷରୁ ଉର୍ଦ୍ଧ୍ବ ଜନସଂଖ୍ୟା ଥିଲେ ହେଁ ଶତକଡା ୮୮ରୁ ଉର୍ଦ୍ଧ୍ବ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ବସବାସ କରନ୍ତି । ସମସ୍ତେ ପ୍ରାୟ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ବେଳେ ଚାଷକାର୍ୟ୍ୟ ସାଙ୍ଗକୁ ଦିନ ମଜୁରିଆ ଓ ପାରମ୍ପାରିକ ବୃତ୍ତିଧାରୀ ଅନ୍ୟମାନଙ୍କ ସଂଖ୍ୟା ତୁଳନାରେ ଅଧିକ । ସେମାନଙ୍କ ମଧ୍ୟରେ ଅର୍ଦ୍ଧାଧିକ ପ୍ରତିଦିନ ମଦ ପାନ କରିଥାନ୍ତି । ପ୍ରଥମେ ପ୍ରଥମେ ଥକ୍କା ମେଣ୍ଟାଇବା ପାଇଁ ସନ୍ଧ୍ୟା ସମୟରେ କର୍ମଠ ପୁରୁଷ ମଦ ପିଉଥିବା ବେଳେ ବର୍ତ୍ତମାନ ତାହା ସମସ୍ତଙ୍କ ନିଶାରେ ପରିଣତ ହୋଇଛି । ସକାଳ ପାହିଲେ ମଦଭାଟି,ରାତି ବେଳକୁ ବି ମଦଭାଠି ଯିବା ସେମାନଙ୍କ ଦୈନନ୍ଦିନ କାର୍ୟ୍ୟକ୍ରମରେ ପରିଣତ ହୋଇଛି । କଷ୍ଟଲବ୍ଧ ଉପାର୍ଜନ ମଦ ପଛରେ ଉଡୁଥିବା ବେଳେ ଧାରକରଜ ଏପରିକି ଘରର ଜିନିଷପତ୍ର ବିକ୍ରି କରି ମଦ ପିଇବାକୁ କେହି ପଛାଉ ନାହାନ୍ତି । ମଦର ଚାହିଦାକୁ ଲକ୍ଷ୍ୟ କରି ବଡସାହି ବ୍ଲକରେ ସରକାରୀ ଦେଶୀ ମଦଭାଟି ୪ଟି ବିକ୍ରୟ କେନ୍ଦ୍ର ଓ ୪ଟି ବିଦେଶୀ ଠିପିବନ୍ଦ ମଦଦୋକାନ ଚାଲିଛି । ତେବେ ତାଲାବନ୍ଦ ଓ ସଟଡାଉନ୍ ଭଳି ସ୍ଥିତିରେ କଟକଣା ପାଇଁ ଦୋକାନ ବନ୍ଦ ହେତୁ ଚୋରା ବେପାର ବେଧଡକ ଚାଲିଛି । ବ୍ଲକର ଦେଉଳିଆ, ଚନ୍ଦନପୁର, ଉଠାଣିନୂଆଗାଁ, ଶିଆଳିଘାଟୀ, ପାଉଁଶିଆ, ଦୁର୍ଗାପୁର, ଯଦୁନାଥପୁର ,ଟଙ୍ଗାଶୋଳ,ଖାନୁଆ, କୋଚିଳାଖୁଣ୍ଟା, କେନ୍ଦୁଡିଆ , ତାଳପଦା,ଜାରକାଣୀ, ପ୍ରତାପପୁର , ବୀରେଶ୍ବରପୁର,ସାନକେରକୋ ଓ ନାଉପାଳ ଆଦି ପଞ୍ଚାୟତରେ ଚୋରା ଦେଶୀ ମଦ ପ୍ରସ୍ତୁତି ବେଧଡକ ଚାଲିଛି । ମଦ ପ୍ରସ୍ତୁତି ପରି ତାହା ପଡୋଶୀ ବ୍ଲକ ତଥା ଜିଲ୍ଲାକୁ ଚୋରା ଚାଲାଣ ହେଉଛି । ବିଭିନ୍ନ ରସାୟନ ତଥା ବିଷାକ୍ତ ସାମଗ୍ରୀରେ ମଦ ପ୍ରସ୍ତୁତ କୈାଣସି ଘର ନହୋଇ ବଣ ଜଙ୍ଗଲ ଓ ନଦୀ ପଠା ମାନଙ୍କରେ ମାଟିରେ ଗାତ ଖୋଳି ପ୍ରସ୍ତୁତ ହେଉଛି । ଯାହାକି ସ୍ବାସ୍ଥ୍ୟ ପାଇଁ ହାନିକାରକ ଯେତିକି ବିପଦଜନକ ତା ଠାରୁ ଅଧିକ ଅବକାରୀ ଓ ପୋଲିସ ବିଭାଗ ଚଢାଉ ସମୟରେ ଜବତ ମଦ ଓ ପ୍ରସ୍ତୁତ ପାଇଁ ଉଦ୍ଦିଷ୍ଟ ସାମଗ୍ରୀର ଦାବିଦାର କେହି ନଥାନ୍ତି ।ଚୋରାମଦ ଚାଲାଣ ପରେ ଗାଁଗୁଡିକରେ ଘରେଘରେ ବେଆଇନ ଭାବେ ବିକ୍ରି ହେଉଛପ୍ରତ୍ୟେହଧ ବୟସରେ ଯୁବଗୋଷ୍ଠୀ ପ୍ରତ୍ୟେହ ସେବନ କରି ଅକାଳ ମୃତ୍ୟୁର ଶିକାର ହେଉଛନ୍ତି । ଯାହାର ଜ୍ଵଳନ୍ତ ଉଦାହରଣ ମାଣତ୍ରୀ ପଞ୍ଚାୟତର ଗୈାଡଗାଁ ଓ ଚନ୍ଦନପୁର ପଞ୍ଚାୟତର ବିଦ୍ୟାଧରଖୁଣ୍ଟା ଆଦିବାସୀ ସାହି । ଏଠାରେ ପ୍ରତିବର୍ଷ ୩/୪ ଜଣ ରୋଜଗାର କ୍ଷମ ବ୍ୟକ୍ତି ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି । ଚୋରା କାରବାର ରୋକିବା ତଥା ମଦ୍ୟପଙ୍କୁ ମଧ୍ୟ ଗିରଫ କାରାଯିବା ନିୟମ ଥିଲେ ହେଁ ତାହା ବାସ୍ତବରେ କାର୍ୟ୍ୟକାରୀ ହେଉନାହିଁ । ଅବକାରୀ ବିଭାଗ ସମ୍ପୁର୍ଣ୍ଣ ନିଷ୍କ୍ରିୟତା ତାଙ୍କର ବିଗତ ୩ ମାସର ରେକର୍ଡ ପ୍ରମାଣ କରୁଛି । ଏହି ସମୟ ସୀମା ମଧ୍ୟରେ ବ୍ଲକ ଅଞ୍ଚଳରେ ମାତ୍ର ୨ଟି କେସ ହୋଇଥିବା ବେଳେ ଅଭିଯୁକ୍ତ ଦୁହେଁ ଜାମିନରେ ଆସି ପୁର୍ନବାର କାରବାରରେ ଲିପ୍ତ । ସେହିପରି ବଡସାହି ଓ ବୈଶିଙ୍ଗା ପୋଲିସ କରୋନା ପାଇଁ ଅତିରିକ୍ତ ଦାୟିତ୍ବ ଦୃଷ୍ଟିରୁ ଆଭ୍ୟନ୍ତରୀଣ ଅଞ୍ଚଳରେ ପେଟ୍ରୋଲିଂ ଧିମା ପଡିଛି । ଯାହାର ଫାଇଦା ବେପାର ଓ ମଦ୍ୟପଙ୍କୁ ସୁହାଇଛି । ସାମାଜିକ ଦୂରତା ଦୂରରେ ଥାଉ ମଦ ପିଇପିଇ ମଦ୍ୟପଙ୍କୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଘଟୁଛି । ଫଳରେ ବିଭିନ୍ନ ରୋଗରେ ମୃତ୍ୟୁମୁଖରେ ପଡୁଛନ୍ତି । କରୋନା ପାଇଁ ନଶାନିବାରଣ ଅଭିଯାନ ମଧ୍ୟ ଗ୍ରାମ ମହିଳାଙ୍କ ଦ୍ବାରା ବନ୍ଦ ପଡିଛି । ଅବକାରୀ ବିଭାଗ ସ୍ବତନ୍ତ୍ର ଭାବେ ଚୋରା କାରବାର ରୋକିବା ପାଇଁ କାର୍ୟ୍ୟ କରୁଥିବା ବେଳେ ଏଠାକାର ନିଷ୍କ୍ରିୟତା ସେମାନେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment