କୋଭିଡ଼ ଯୋଦ୍ଧା ରଂଜନ ଅସ୍ତମିତ,ବିଭିନ୍ନ ମହଲରେ ଶୋକ

Spread the love


ରାଉରକେଲା, ୧୫/୦୮/୨୦ (ସନ୍ଧାନ ନିଉଜ/ସୁବୋଧ ନାୟକ) : ସ୍ମାର୍ଟ ସିଟି ରାଉରକେଲା ଉଦିତନଗର ଅଂଚଳରେ ରହୁଥିବା କଂଗ୍ରେସ ମହିଳା ନେତ୍ରୀ ରଂଜିତା ମଲ୍ଲିକଙ୍କ ଭାତୃଙ୍କ ଅକାଳ ବିୟୋଗରେ ରାଉରକେଲାରେ ଶୋକର ଲହରୀ ଖେଳି ଯାଇଛି । ରାଉରକେଲା ମହାନଗର ନିଗମରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ୪୫ ବର୍ଷିୟ ରଂଜନ କୁମାର ମଲ୍ଲିକ(ବାପି) ଏକ ସଡ଼କ ଦୁର୍ଘଟଣାରେ ଅକାଳ ମୃତ୍ୟୁ ହୋଇ ଯାଇଥିଲା । ଗତକାଲି ଶୁକ୍ରବାର ସକାଳ ପ୍ରାୟ ସାଢେ ୫ଟାରେ ସେ କୋଭିଡ଼ ଡ୍ୟୁଟି ସାରି  ଉଦିତନଗର ଓରାମପଡ଼ା ସ୍ଥିତ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିଲେ । ଏହାପରେ ତାଙ୍କୁ ଆରଜିଏଚ ଚିକିତ୍ସା ପାଇଁ ନିଆଯାଇଥିା ବେଳେ, ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।  ସେ ଜଣେ ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ତଥା ଧର୍ମ ପରାୟଣ ବ୍ୟକ୍ତି ଥିଲେ । ସ୍ୱର୍ଗତ ରଂଜନ ସିଭିଲ ଡିଫେନ୍ସରେ ଜଣେ ଉତମ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟକରି ପ୍ରତିଭା ଅର୍ଜନ କରିଥିଲେ । ସେହିପଳି ଗତ ୨୦୧୩ ମସିହାରେ ସେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ପାନିତ ହୋଇଥିଲେ ।  ସାମାଜିକ କର୍ମୀ ବାପିଙ୍କ ମୃତ୍ୟୁରେ ପ୍ରମୁଖ ରାଜନୈତିକ ଦଳର ନେତା, ବୁଦ୍ଧଜିବୀ, ସମାଜସେବୀ ଓ ଆଇନଜିବୀ ଗଭୀର ଶୋକ ପ୍ରକଟ କରିଛନ୍ତି । ରାଉରକେଲାର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର,  କଂଗ୍ରେସର ବରିଷ୍ଠ ନେତା ଜର୍ଜ ତିର୍କୀ, ବୀରେନ ସେନାପତି, ପ୍ରଶାନ୍ତ ସେଠୀ, ରବି ରାୟ, ପ୍ରବୋଧ ଦାସ, ମଝିଆ ପ୍ରଧାନ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ପ୍ରମୁଖ ଶୋକ ପ୍ରକଟ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସରକାର ସ୍ୱର୍ଗତ ରଂଜନ ମଲ୍ଲିକଙ୍କୁ କୋଭିଡ଼ ଯୋଦ୍ଧା ଘୋଷଣା କରିବା ସହିତ ପରିବାରକୁ ୫୦ ଲକ୍ଷ ବୀମା ରାଶି ପ୍ରଦାନ କରିବାକୁ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

Related Posts

About The Author

Add Comment