ଯାଜପୁର, ୨୬/୧୦/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ଦିର୍ଘ ଦିନ ହେଲା ବନ୍ଦ ରହିଥିବା ବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାସଙ୍କ ତତ୍ୱାବଧାନରେ ଯାଜପୁର ଜିଲ୍ଲାର ୧୦ଟି ବ୍ଲକରେ ଥିବା ହାଇସ୍କୁଲ ମାନଙ୍କରେ ଅଷ୍ଠମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ କୋଭିଡ଼ି ନିୟମ କଟକଣାକୁ ମାନି ପାଠ ପଢ଼ାଇବାପାଇଁ ରାଜ୍ୟ ସରକାର ସ୍ଥିର କରିଥିବାରୁ ବିଭିନ୍ନ ବ୍ଲକ୍ର ହାଇସ୍କୁଲ ମାନଙ୍କରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍ୱାଗତ କରିବା ସହିତ ସେମାନଙ୍କୁ ସାନିଟାଇଜର ମାସ୍କ ବଣ୍ଟନ କରାଯାଇଥିଲା । ବିଭିନ୍ନ ହାଇସ୍କୁଲ ମାନଙ୍କରେ ପ୍ରଧାନ ଶିକ୍ଷକ ସହଯୋଗି ଶିକ୍ଷକ ଶିକ୍ଷୟତ୍ରୀ ଗତକାଲି ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ପାଛୋଟି ନେଇଥିଲେ । ଏଠାରେ ସୂଚନା ୨୦୨୦ ମାର୍ଚ୍ଚ ଠାରୁ ସ୍କୁଲ ଗୁଡ଼ିକ ବନ୍ଦ ରହିଥିବା କୋରୋନା ମହାମାରୀ କବଳରେ କବଳିତ ହୋଇଥିବା ଏହି ଜିଲ୍ଲାରେ ସ୍କ୍ୁଲ ବନ୍ଦ କରାଯାଇଥିଲା । କୋରୋନା ସ୍ୱାଭାବିକ ହେବାରୁ ଗତବର୍ଷ ଜୁଲାଇ ମାସ ଠାରୁ ଅନଲାଇନରେ ପାଠ ପଢ଼ାଯାଉଥିଲା । ବିନା ପରିକ୍ଷାରେ ଛାତ୍ର ଛାତ୍ରୀ ମାନେ ସପ୍ତମ ରୁ ଅଷ୍ଟମ ଶ୍ରେଣୀକୁ ଉତ୍ତିର୍ଣ୍ଣ ହୋଇଥିଲେ । ଏହାପୂର୍ବରୁ ନବମ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ା ଆରମ୍ଭ ହୋଇଥିବା ବେଳେ, ଶିକ୍ଷକ ଶିକ୍ଷୟତ୍ରୀ
କୋଭିଡ଼ ନିୟମକୁ ପାଳନକରି ବିଦ୍ୟାଳୟକୁ ଛାତ୍ର ଛାତ୍ରୀ ଗଲେ
|
October 26, 2021 |


