କୋଭିତ୍ ନିୟମର ଖୋଲା ଉଲ୍ଲଘନ ନିରବଦ୍ରଷ୍ଟା ପ୍ରଶାସନ

Spread the love

ବାଲେଶ୍ଵର, ୨୦/୧୦ (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ଗୋଟିଏ ପଟେ କରୋନା ମହାମାରୀ ମୁକାବିଲା, ଅନ୍ୟପଟେ ଉପନିର୍ବାଚନ ଏକାସାଙ୍ଗରେ ଏହି ଦୁଇଦୁଇଟି ସମ୍ବେଦନପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ଅବଶ୍ୟ କାଠିକର ପାଠ। କିନ୍ତୁ ଏଥିପାଇଁ କଡ଼ା ନିୟମ ଲାଗୁ କରାଯିବା ସହ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ହେଲେ ସାଧାରଣ ଜନଜୀବନକୁ ଦୃଷ୍ଟିରେ ରଖି ଏହା କିପରି କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହୋଇପାରିବ ସେ ଦାୟିତ୍ବ ଯାହାଙ୍କ ଅଛି ସେ ଏବେ ନିଦାବିଷ୍ଣୁ ସାଜିଛନ୍ତି । ପ୍ରଶାସନିକ କାର୍ଯ୍ୟରେ ଏଭଳି ଦୟନୀୟ ସ୍ଥିତି ବାଲେଶ୍ବର ଜିଲ୍ଲାରେ ଦେଖିବାକୁ ମିଳିଛି । ସୂଚନାଥାଉକି, ଗତ ମାର୍ଚ୍ଚମାସ ୧୭ ତାରିଖରେ ବାଲେଶ୍ବର ଜିଲ୍ଲାରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେହି ଅନୁସାରେ ଆଜିକୁ ମାତ୍ର ସାଢ଼େ ୭ ମାସ ମଧ୍ୟରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୯ହଜାର ଅତିକ୍ରମ କରିସାରିଲାଣି। ସେହିପରି ୬୭ । ଜଣ ଏହି ରୋଗରେ ପ୍ରାଣ ହରାଇ ସାରିଥିବା ସରକାରୀ ରିପୋର୍ଟ କହୁଥିବା ବେଳେ ବେସରକାରୀ ଭାବେ କରୋନାରେ ୧୦୦ରୁ ଅଧିକ ମୃତକ ସଂଖ୍ୟା ହେଲାଣି ବୋଲି ଅଭିଯୋଗ ମଧ୍ୟ ହେଉଛି। ଆଗକୁ ଶୀତଦିନ ଆସୁଥିବାବେଳେ କରୋନା ସଂକ୍ରମଣ ସବୁଆଡ଼େ ଭୟଙ୍କର ରୂପ ନେବ ବୋଲି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏବଂ ସରକାର ଚେତାଇ ସାରିଲେଣି। ତେବେ ଏଭଳି ଏକ ଘଡ଼ିସନ୍ଧି ମୁହୁର୍ଭରେ ସମସ୍ତେ ରହିଥିବା ବେଳେ ଜିଲ୍ଲାରେ ସଦର ଆସନ ପାଇଁ ହେଉଥିବା ଉପନିର୍ବାଚନକୁ କିପରି ସତର୍କତାର ସହିତ ସୁବ୍ୟବସ୍ଥିତ ଢଙ୍ଗରେ ସମ୍ପାଦିତ କରାଯିବ ସେ ନେଇ ନିର୍ବାଚନ ଆୟୋଗ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଥିଲେ। ସେହି କ୍ରମରେ ଚଳିତ ମାସ ୮ ତାରିଖରେ ବାଲେଶ୍ବର ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ ଡକାଇ ଏ ସଂକ୍ରାନ୍ତରେ ସୂଚନା ମଧ୍ୟ ଦେଇଥିଲେ। ଜିଲ୍ଲାରେ ଲାଗୁ କରାଯାଇଥିବା ଆଦର୍ଶ ଆଚରଣ ବିଧି ସହ କରୋନା ମୁକାବିଲାକୁ ନେଇ ସେ କହିଥିଲେ, ଉପନିର୍ବାଚନ ପାଇଁ ଜାରି ହୋଇଥିବା କୋଭିତ ଗାଇଡଲାଇନ ଅନୁସାରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ବୈଠକ ଓ ସଭାସମିତି ଲାଗି ଅନୁମତି ଦିଆଯିବା ପ୍ରଚାର କିମ୍ବା ଶୋଭାଯାତ୍ରା ବେଳେ ପ୍ରାର୍ଥୀ ନିଜ ସାଙ୍ଗରେ ୫ଜଣ ଲୋକ ଏବଂ ୫ରୁ ଅଧିକ ଗାଡ଼ି ବ୍ୟବହାର କରିପାରିବେ ନାହିଁ । ସଭା କିମ୍ବା ସମାବେଶ ପାଇଁ ସହରର ୯ଟି ସ୍ଥାନ ବିଛାଯାଇଥିବା ବେଳେ ଅନ୍ୟ କେଉଁଠାରେ ସଭା କରିବା ଲାଗି ଅନୁମତି ମିଳିବ ନାହିଁ । ଏଥିସହ ସମାବେଶ ସ୍ଥଳ ୧୦୦ ଲୋକଙ୍କ ମଧ୍ୟରେ ସୀମିତ ରହିବା ଏହାର ତଦାରଖ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍କାଡ଼ ଗଠନ କରାଯାଇଥିବା ବେଳେ ବିଧି ବ୍ୟବସ୍ଥାଗୁଡ଼ିକ ପାଳନ ସହ ନିରପେକ୍ଷ ଭାବେ ଦାୟିତ୍ବ ତୁଲାଇବାକୁ ଜିଲ୍ଲାପାଳ ରାଜନୈତିକ ଦଳ ଓ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ମାତ୍ର ପରିତାପର ବିଷୟ ନିର୍ବାଚନ କମିସନ ତଥା ବାଲେଶ୍ବର ଜିଲ୍ଲା ପ୍ରଶାସନ ଦ୍ବାରା ଲାଗୁ ହୋଇଥିବା ଉକ୍ତ ନିୟମଗୁଡ଼ିକ ପାଣିର ଗାର ସଦୃଶ ହୋଇଛି। କରୋନା ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ି ଚାଲିଥିବାବେଳେ ଏପଟେ ଉପନିର୍ବାଚନ ଲାଗି ସେସବୁ ନିୟମ ଯେପରି ପାଦରେ ଦଳି ଦିଆଯାଇଛି। ଜିଲ୍ଲା ବାହାରୁ ତଥା ରାଜଧାନୀରୁ ଗଣ୍ଡାଗୁଣ୍ଡା ମନ୍ତ୍ରୀ, ବିଧାୟକ, ବିରୋଧୀଦଳର ନେତାଙ୍କ ସମେତ ଶତାଧିକ କର୍ମୀ ଆସି ଡେରା ପକାଇଛନ୍ତି । ଦିନରାତି ସହରର ବିଭିନ୍ନ କଲ୍ୟାଣମଣ୍ଡପ, ହୋଟେଲ ଓ ସାହିବସ୍ତିରେ ଶତାଧିକ ଲୋକଙ୍କୁ ଏକାଠି କରି ସଭାସମିତି ଠାରୁ ଆରମ୍ଭ କରି ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଭୋଜିଭାତର ଆସର ବି ଚାଲିଛି। ନା ମାନୁଛନ୍ତି ସାମାଜିକ ଦୂରତା ନିୟମ, ନା ଅଛି କାହା ମୁହଁରେ ମାସ୍କା କରୋନା ସମୟରେ ସବୁ ରାଜନୈତିକ ଦଳ ନିଜର ସାଧାରଣ ଦାୟିତ୍ଵକୁ ଭୁଲିଯାଇଥିବା ବେଳେ ଆଗକୁ ବାଲେଶ୍ବର ସହର ତଥା ଜିଲ୍ଲା ପାଇଁ ଭୟଙ୍କର ବିପଦ ସୃଷ୍ଟି କରିଛନ୍ତି। ଜିଲ୍ଲା ସଦରମହକୁମାର ଛାତି ଉପରେ ଜିଲ୍ଲା ପୁଲିସ ପ୍ରଶାସନର ନାକ ନିଶ ତଳେ ଯଦି ଆଇନକୁ ଏପରି ଭଙ୍ଗ କରାଯାଉଛି । ତାହେଲେ ଗ୍ରାମାଞ୍ଚଳର ସ୍ଥିତି କେଉଁ ଅବସ୍ଥାରେ ଥିବ ତାହାଜ । ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଚିତ୍ରରୁ ସ୍ପଷ୍ଟ ଜାଣି ହୋଇଯାଉଛି। ନିର୍ବାଚନ ହେବାକୁ ୧୨ ଦିନ ବାକି ରହିଥିବା ବେଳେ ଆଗକୁ ନିର୍ବାଚନୀ ପ୍ରଚାରପ୍ରସାର ଆହୁରି ଜୋରଦାର ହେବା ଜିଲ୍ଲାକୁ ଆହୁରି ଅଧିକ ସଂଖ୍ୟାରେ ମନ୍ତ୍ରୀ, ବିଧାୟକ, । ନେତା ଓ ପ୍ରଚାରକମାନଙ୍କ ସୁଅ ଛୁଟିବା ଜିଲ୍ଲା ପ୍ରଶାସନ ନଜରରେ ଏସବୁ ପଡ଼ିଥିଲେ ବି କୋଭିତ ନିୟମ ଅନୁସାରେ । କାହା ବିରୋଧରେ ସେପରି କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବାରୁ ଆଗକୁ ସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ଦେଖାଦେଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲ ଦାବି କରିଛନ୍ତି ।

Related Posts

About The Author

Add Comment