କୋଭିଡ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧି ପ୍ରଭାତଙ୍କ ପରିବାରକୁ ମିଳିଲା ୧୫ ଲକ୍ଷ ଟଙ୍କା

Spread the love

ଯାଜପୁର, ତା ୫ା୧୦ (ସନ୍ଧାନ ନ୍ୟୁଜ) : କୋଭିଡ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧି ସ୍ୱର୍ଗତ ପ୍ରଭାତ କୁମାର ରାଉତରାୟଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଚ୍ଥି । ଏହି ଅର୍ଥ ଜିଲ୍ଳ୍‌ାପାଳ, ଯାଜପୁରଙ୍କ ମାଧ୍ୟମରେ ସ୍ୱର୍ଗତ ରାଉତରାୟଙ୍କ ବିଧବା ପତ୍ନୀ ମଞ୍ଜୁଲତା ରାଉତରାୟଙ୍କ ଆକାଉଣ୍ଟକୁ ଏହି ୧୫ ଲକ୍ଷ ଟଙ୍କାର ସହାୟତା ଇଲେକ୍ଟ୍ରୋନିକ୍ସ ଟ୍ରାନ୍ସପଂର ମାଧ୍ୟମରେ ପ୍ରଦାନ କରାଯାଇଚ୍ଥି । ସୋମବାର ଅପରାହ୍ନରେ ସ୍ୱର୍ଗତ ରାଉତରାୟଙ୍କ ପୁତ୍ର ଅର୍ଣ୍ଣବ କୁମାର ରାଉତରାୟ ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କୁ ଏହି ଅର୍ଥ ପ୍ରାପ୍ତି ସ୍ୱୀକାର ପତ୍ର ପ୍ରଦାନ ସହ ଧନ୍ୟବାଦ କରିଥିଲେ । ରାଜ୍ୟ ସରକାରଙ୍କର ଏହି ସହାୟତା ଆମ ପରିବାରକୁ ଅନେକ ସାହାଯ୍ୟ କରିବା ସହ ଅସୁସ୍ଥ ମା ଙ୍କର ଚିକିତ୍ସାରେ ବିନିଯୋଗ କରାଯିବ ବୋଲି ଅର୍ଣ୍ଣବ କହିବା ସହ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳ୍‌ା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment