ଯାଜପୁର, ୦୯/୦୭/୨୦୨୧ (ସନ୍ଧାନ ନିଉଜ) ଜୀବନ : ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସହଯୋଗ ମୋ ପରିବାର ମୁହଁରେ ହସ ପୁଂଟାଇ ପାରିଚ୍ଥି ବୋଲି କହିଚ୍ଥନ୍ତି କୋଭିଡ ଯୋଦ୍ଧା ଅଶୋକଙ୍କ ବିଧବା ପନôୀ ସ୍କୃତି ସାହୁ । ଯାଜପୁର ଜିଲ୍ଳ୍ା ଯାଜପୁର ବ୍ଳ୍କ ଖଇରାବାଦ ଗ୍ରାମ ନିବାସୀ ୫୫ ବର୍ଷୀୟ ଅଶୋକ ସାହୁ ଦୈନିକ ଓଡିଆ ସମ୍ୱାଦ ପତ୍ର ମନ୍ଥନର ଜଣେ ସାମ୍ୱାଦିକ ଥିଲେ । ତେବେ କାର୍ଯ୍ୟରତ ଅବସ୍ଥାରେ ସେ କୋଭିଡ ଆକ୍ରାନ୍ତ ହେଲେ ଓ ଚିକିସôାବସ୍ଥାରେ ମୃତୁ୍ୟ ବରଣ କଲେ । ରାଜ୍ୟ ସରକାର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେଇଥିବାରୁ ଅଶୋକଙ୍କର ଚିକିସôା ସୁବିଧା ମଧ୍ୟ କରାଯାଇଥିଲା । ତେବେ ତାଙ୍କର ମୃତୁ୍ୟ ପରେ ରାଜ୍ୟ ସରକାର ପୂର୍ବ ଘୋଷଣା ମୁତାବକ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ତାଙ୍କ ପରିବାରକୁ ପ୍ରଦାନ କରିଚ୍ଥନ୍ତି । ମୋର ଦୁଇଟି ପୁଅ । ସେମାନେ ପଢୁଚ୍ଥନ୍ତି । ତେଣୁ ଏହି ଅର୍ଥ ସେମାନଙ୍କର ପଢାରେ ବହୁତ ସାହାଯ୍ୟ କରିବ । ସେହିପରି ମୋ ସ୍ୱାମୀଙ୍କ ମୃତୁ୍ୟ ପରେ ପରିବାର ଘୋର ଆର୍ଥିକ ଅନାଟନରେ ଗତି କରୁଥିଲା । ଏହି ଅର୍ଥ ମୋ ପରିବାରକୁ ବିଶେଷ ସହଯୋଗ ଦେବ ବୋଲି ସ୍ମୃତି କହିବା ସହ ଏହି ସହାୟତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡିଶା ସରକାରଙ୍କୁ ଗଭୀର କୃତଜ୍ଞତା ଓ ଅଶେଷ ଧନ୍ୟବାଦ ଅର୍ପଣ କରିଚ୍ଥନ୍ତି । ଏହି ଅର୍ଥ ରାଶି ଯାଜପୁର ଜିଲ୍ଳ୍ାପାଳଙ୍କ ମାର୍ପଂତରେ ସ୍କୃତି ସାହୁଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଚ୍ଥି । ଜିଲ୍ଳ୍ାପାଳ ଚକ୍ରୱର୍ତ୍ତୀ ସିଂ ରାଠୋର, ଅତିରିକ୍ତ ଜିଲ୍ଳ୍ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଶ୍ରୀମତୀ ସାହୁଙ୍କୁ ଏହି ଅର୍ଥ ପ୍ରଦାନ ସଂପର୍କରେ ସୂଚୀତ କରିଥିଲେ । ଜିଲ୍ଳ୍ାପାଳଙ୍କ ନିଦେ୍ର୍ଦଶ କ୍ରମେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ଓ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସ୍କୃତିଙ୍କ ଘରକୁ ଯାଇ ଏହି ସହାୟତା ପ୍ରଦାନ କରିଥିଲେ । ଅପର ପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ମଧ୍ୟ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଓ ସେମାନଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦିଆଯାଉଚ୍ଥି ବୋଲି ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଚ୍ଥି ।
ଜ୍ଞାପକ ସଂଖ୍ୟା ୩୨୨ ତା ୦୯ା୦୬ା୨୦୨୧ ରିଖ
କୋଭିଡ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧି ଅଶୋକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ।
|
July 9, 2021 |