କୋଭିଡ ଯୋଦ୍ଧାଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ; ପ୍ରଶଂସା ସହିତ ଆଶୁ ଆରୋଗ୍ୟ କାମନା କଲେ

Spread the love

ଭୁବନେଶ୍ୱର, ୨୯/୦୫ (ସନ୍ଧାନ ନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ଯୁଦ୍ଧରେ ସାମିଲ ହୋଇ ରୋଗରେ ସଂକ୍ରମିତ ସରପଞ୍ଚ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ଆଦି ଅଗ୍ରଣୀ କୋଭିଡ ଯୋଦ୍ଧା ମାନଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଏମାନେ ସମସ୍ତେ . ଲୋକଙ୍କୁ ସେବା ଯୋଗାଇବା ସମୟରେ କରୋନା ଭାଇର ଶିକାର ହୋଇଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସାହସ, ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାର ଭୂୟସୀ ପ୍ରଶଂସା କରିଥିଲେ। ସେମାନେ ସାରା ରାଜ୍ୟର ଲୋକମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

Related Posts

About The Author

Add Comment