ଜେନାପୁର/୦୬/୦୪/ ସନ୍ଧାନ ନିଉଜ୍ /(ପ୍ରଶାନ୍ତ ସାମଲ)ଯାଜପୁର ଜିଲ୍ଲା ଧର୍ମଶାଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ କୋଭିଡ ଟୀକାକରଣ ରେ ବିଶେଷ ସଫଳତା ଦେଖିବାକୁ ମିଳିଛି ।
ଆଜି ତୃତୀୟ ଦିନ ଟୀକାକରଣ ରେ ମର୍ଜିତାପୁର ,ତଳଗଡ଼ ଓ ରେଖିଦେଇପୁର ଉପ ସ୍ୱାସ୍ଥ୍ୟକେନ୍ଦ୍ର ର ହିତାଅଧିକାରୀ ଙ୍କୁ ଟୀକା ପ୍ରଦାନ କରଯାଇଥିଲା ।
ଏହି ଟୀକାକରଣ ରେ ୭୨୭ ଜଣ ହିତାଧୀକାରି ଟୀକା ଗ୍ରହଣ କରିଥିଲେ ।
ଟୀକାକରଣ ସମୟରେ ନିଜେ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ନିହାର ରଞ୍ଜନ କର ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରୁଥିବାର ଦେଖାଯାଇଥିଲା । ଜନସାଧାରଣ ଶାନ୍ତି ଶୃଙ୍ଖଳା ରକ୍ଷା କରି ଟୀକା ନେବା ସହ ଡ଼ା କର ଙ୍କ କର୍ତ୍ତବ୍ୟପରାୟଣତା କୁ ଅଞ୍ଚଳ ବାସୀ ପ୍ରଶଂସା କରିଥିଲେ ।


