ବାଲେଶ୍ଵର ୦୯/୦୮/୨୦୨୦ (ସନ୍ଧାନ ନିଉଜ):- ଭଦ୍ରକ ଜିଲ୍ଲାର କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଜିଲ୍ଲାର କୋଭିଡ୍ ପଚାଳନା ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପାଢ଼ୀ ଜିଲ୍ଲାରେ ବ୍ୟାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ସମସ୍ୟା, କୋଭିଡ ହସ୍ପିଟାଲରେ ଚିକିତ୍ସତ ହେଉଥିବା ଆକ୍ରାନ୍ତଙ୍କ ଚିକିତ୍ସା, ଖାଇବା ପିଇବା, ଜିଲ୍ଲାରେ ହେଉଥିବା ସା ମ୍ପୁଲ ସଂଗ୍ରହ ସମ୍ପର୍କରେ ପଚାରି ବୁଝିଥିଲେ ଯେଉଁ ଆକାର ମାନେ ସୁସ୍ଥ ହୋଇ ଘରକୁ ଫେରିଛରି ସେମାନଙ୍କୁ ପ୍ଲାଜମା ଦାନ ପାଇଁ ପ୍ରବର୍ତ୍ତାଇବା ଓ ସଚେତନ କରିବା ନେଇ ଗୁରୁତ୍ବାରୋପ କରିଥିଲେ । ଲୋକମାନେ କରୋନା ଆକ୍ରାନ୍ତଙ୍କ ପ୍ରତି ସତର୍କ ରହନ୍ତୁ, ମାତ୍ର ସେମାନଙ୍କୁ ଶତୃତା ଯେପରି ନକରନ୍ତି ସେ ଦିଗରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଜିଲ୍ଲାରେ ଦ୍ରୁତ କରୋନା ସଂକ୍ରମଣକୁ ଆ ଖି ଆଗରେ ରଖି ସମଗ୍ର ଜିଲ୍ଲାରେ ବହୁ ସଂଖ୍ୟାରେ କ୍ୟାମ୍ପ ମାଧ୍ୟମରେ ଅଧିକ ଲୋକଙ୍କ ସ୍ବାବ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ଼, ଜ୍ଞାନ ଦାସ, ରାଜେଶ ପଣ୍ଡିତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ପ୍ରକଳ୍ପ ର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ରଙ୍କ ସମତେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପରେ ଧମନଗରସ୍ଥିତ କୋଭିଡ୍ କେ ୟାର ସେଣ୍ଟର ପରିଦର୍ଶନରେ ସମସ୍ତେ ଯାଇଥିଲେ ।
କୋଭିଡ୍ ପରିଚାଳନାର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ
|
August 9, 2020 |



