କୋଣାର୍କ ମନ୍ଦିର ସୁରକ୍ଷିତ ଓ ମନ୍ଦିର ସଂରକ୍ଷଣ ମୋଦି ସରକାରଙ୍କ ସର୍ବାଧିକ ପ୍ରାଥମିକତାରେ ରହିଛି – ଡ. ମହେଶ ଶର୍ମା

Spread the love

କୋର୍ଣାକ ଏକ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ମାରକ, ଏହାର ରକ୍ଷଣବେକ୍ଷଣ, ସ୍ଥାୟୀତ୍ୱ ଓ ସୌନ୍ଦର୍ଯ୍ୟୀକରଣରେ ଉଚିତ ପଦକ୍ଷେପ ନେବା ପାଇଁ କୌଣସି ବୁଝାବଣା କରାଯିବ ନାହିଁ -ଧର୍ମେନ୍ଦ୍ର ପ୍ରଧାନ
– କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ପର୍କରେ ହୋଇଥିବା ଆନ୍ତର୍ଜାତିକ କର୍ମଶାଳାର ନିଷ୍କର୍ଷ ତଥା ଆକ୍ସନ ଟେକେନ ରିପୋର୍ଟକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ
– ଆଗାମୀ ଦିନରେ ଭୁବନେଶ୍ୱରରେ ଓଡିଶା ସରକାରଙ୍କ ପ୍ରତିନିଧି ଓ ଏଏସଆଇର ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ ଆୟୋଜିତ କରିବାକୁ ଦେଲେ ପ୍ରସ୍ତାବ
– ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ଦୀର୍ଘ ଦିନରୁ ପଡି ରହିଥିବା ଜମି ପ୍ରଦାନ ପ୍ରସଙ୍ଗ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ଆଗରେ ଉଠାଇଲେ ଦୁଇ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର, 30/11 (ସନ୍ଧାନ ନିଉଜ) ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ କାମ ଆନସିଏଂଟଚ ମନୁମେଂଟ ପ୍ରିଜର୍ଭେସନ ଆକ୍ଟ ୧୯୦୪ ଅନୁଯାୟୀ ଆନ୍ତର୍ଜାତିକ ମାନକ ଅନୁସାରେ କରାଯାଉଛି। କୋଣାର୍କର ମନ୍ଦିରର ସ୍ଥିତି ଭଲ ରହିଛି ତଥା ଏହି ମନ୍ଦିରର ସଂରକ୍ଷଣ ମୋଦି ସରକାରଙ୍କ ସର୍ବାଧିକ ପ୍ରାଥମିକତାରେ ରହିଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମା।

ନୂଆଦିଲ୍ଲୀ ଠାରେ କୋଣାର୍କ ମନ୍ଦିରର ସଂରକ୍ଷଣ ଓ ଭାଙ୍ଗି ଯାଇଥିବା କାରୁକାର୍ଯ୍ୟପୂର୍ଣ ପଥର ପରିବର୍ତ୍ତନ ନେଇ ଏକ ବୈଠକ ଡ.ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିଲା। ଏହି ବୈଠକରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏହି ବୈଠକରେ ରାଜ୍ୟ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡିଶାର ସାଂସଦ ଓ ବିଧାୟକ, ଭାରତ ସରକାରଙ୍କ ସଂସ୍କୃତି ସଚିବ, ଏଏସଆଇର ମହାନିର୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି କୋର୍ଣାକ ଏକ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ମାରକ, ଏହାର ରକ୍ଷଣବେକ୍ଷଣ, ସ୍ଥାୟୀତ୍ୱ ଓ ସୌନ୍ଦର୍ଯ୍ୟୀକରଣରେ ଉଚିତ ପଦକ୍ଷେପ ନେବା ପାଇଁ କୌଣସି ବୁଝାବଣା କରାଯିବ ନାହିଁ ଡ. ଶର୍ମା କୋଣାର୍କ ମନ୍ଦିରର ସଂରକ୍ଷଣ ପାଇଁ ମୋଦି ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ଓ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରା ଯାଇଥିବା ସୂଚନା ଦେଇଥିଲେ। କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ପର୍କରେ ୧୯୯୭ ଓ ୨୦୧୦ରେ ହୋଇଥିବା ଆନ୍ତର୍ଜାତିକ କର୍ମଶାଳାରେ ମିଳିଥିବା ନିଷ୍କର୍ଷ ତଥା ଏ ସମ୍ପର୍କରେ ଆକ୍ସନ ଟେକେନ ରିପୋର୍ଟକୁ ଏଏସଆଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ ବୋଲି ଏହି ବୈଠକରେ ନିଷ୍ପତି ଗ୍ରହଣ କରା ଯାଇଥିଲା। ଏହି ଅବସରରେ ଶ୍ରୀ ଶର୍ମା ଆଗାମୀ ଦିନରେ ଭୁବନେଶ୍ୱର ରାଜ୍ୟ ସଚିବାଳୟରେ ଓଡିଶା ସରକାରଙ୍କ ପ୍ରତିନିଧି ଓ ଏଏସଆଇର ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ ଆୟୋଜିତ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ବୈଠକରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପାଇଁ ଭବିଷ୍ୟତ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରା ଯାଇ ପାରିବ ବୋଲି ଡ. ଶର୍ମା କହିଛନ୍ତି।

ଏହି ବୈଠକରେ ଡ ମହେଶ ଶର୍ମା ଓ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ପଡି ରହିଥିବା ଜମି ପ୍ରଦାନ କରିବା ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସାମନାରେ ଉଠାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ପୂର୍ବରୁ ଶ୍ରୀ ଶର୍ମା ଓ ଶ୍ରୀ ପ୍ରଧାନ ପତ୍ର ଲେଖି ସାରିଛନ୍ତି। ଏହି ଜମି ପ୍ରଦାନ ପ୍ରସଙ୍ଗକୁ ଶୀଘ୍ର କରିବାକୁ ସେମାନେ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ।

 

News from – Odiapua

Related Posts

About The Author

Add Comment