ବଡଚଣା,୨୫.୯ (ସନ୍ଧାନ ନିୟୁଜ/ମାନସ ରାଉତ): ଯାଜପୁର ଜିଲା ଦର୍ପଣ ତହସିଲ ସମ୍ମୁଖରେ ସୋମବାର କୋଣାର୍କ ଝୋଟକଳ ଶ୍ରମିକ ମାନଙ୍କ ପକ୍ଷରୁ ଗଣଧାରଣା ଦିଆଯାଇଛି । ରାଜ୍ୟର ଏକମାତ୍ର କୃଷି ଭିତ୍ତିକ ଶିଳ୍ପ କାରଖାନା ବଡଚଣା ବ୍ଲକର ଧାନମଣ୍ଡଳ ଠାରେ ୧୯୭୫ ମସିହାରେ ଗଢିଉଠିଥିଲା । ଜିଲା ବ୍ୟତିତ ପଡୋଶୀ କେନ୍ଦ୍ରପଡା,ଜଗତସିଂହପୁର,କଟକ,ଢେଙ୍କାନାଳ,ଭଦ୍ରକ ଓ କେନ୍ଦୁଝର ଜିଲାର ·ଷୀମାନେ ଏହି ଝୋଟକଳ ଉପରେ ନିର୍ଭର କରିଥାନ୍ତି । ପରି·ଳନା ଗତ ତ୍ରୁଟି ଓ ବଜାରର ଅହେତୁକ ମାନ୍ଦାବସ୍ଥା ଫଳରେ ୨୦୧୨ମସିହାରେ ଏହି ଝୋଟକଳଟି ବନ୍ଦ ହୋଇଯାଇଥିଲା । ପରେ ରାଜ୍ୟ ସରକାର ଏହାକୁ ଶାଗମାଛ ଦରରେ ଏକ ଘରୋଇ କମ୍ପାନୀ ହାତରେ ଟେକି ଦେଇଥିଲେ । ସେତେବେଳେ କାମ କରୁଥିବା ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ସ୍ୱଚ୍ଛାକୃତ ଅବସର ଦେଇଥିବା ବେଳେ ଆଉ କେତେଜଣ ନିଜ ଇଚ୍ଛା ମୁତାବକ ଅବସର ନେଇଥିଲେ । ଦିର୍ଘଦିନ ଧରି ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ ସୁଧା ରାଜ୍ୟ ସରକାର ସେମାନଙ୍କୁ ନିୟମିତ ଶ୍ରମିକ ମାନ୍ୟତା ଦେଇନାହାନ୍ତି । ଫଳରେ ନିୟମିତ ଶ୍ରମିକ ପାଇଁ ଥିବା ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଗ୍ରାଚୁଏଟି ଅର୍ଥ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ । ଏହାର ପ୍ରତିବାଦରେ ଆଜି ଶତାଧିକ ଶ୍ରମିକ ମାନେ ଦର୍ପଣ ତହସିଲ ନିକଟରେ ଗଣଧାରଣା ଦେଇଥିଲେ । ଏହି ଗଣଧାରଣା ସକାଳ ୯ଘଟିକାରୁ ଆରମ୍ଭ ହୋଇ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଚାଲୁରହିବ ବୋଲି ଜଣାଯାଇଛି । ଦର୍ପଣ ତହସିଲଦାରଙ୍କ ଜରିଆରେ ଶିଳ୍ପ ସଚିବ ଓ ଜିଲାପାଳ ଯାଜପୁରଙ୍କୁ ଏକ ଦାବୀପତ୍ର ପ୍ରଦାନ ଗଣଧାରଣା ଶେଷ ସମୟରେ ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଗଣଧାରଣାରେ ସ୍ୱଚ୍ଛାକୃତ ଅବସର ନେଇଥିବା ବହୁ ଶ୍ରମିକ ମାନେ ଏହି ଧାରଣାରେ ସାମିଲ ହୋଇଥିଲେ । ପୂର୍ବରୁ ଝୋଟକଳକୁ କାର୍ଯ୍ୟକ୍ଷମ କରିବା ପାଇଁ ବହୁବାର ବୈଠକ ବସିଥିଲେ ମଧ୍ୟ ଏତେ ସଂଖ୍ୟକ ଶ୍ରମିକଙ୍କୁ ଦେଖିବାକୁ ମିଳିନଥିଲା । ଯୋଗେନ୍ଦ୍ର ପରିଡା,ଅଧିର ଜେନା,ବ୍ରହ୍ମାନନ୍ଦ ସାହୁ,ନରହରୀ ଜେନା,ଜତିନ୍ଦ୍ର ପଣ୍ଡା,କାଳନ୍ଦି ଦାସ,ମନମୋହନ ଜେନା,କାର୍ତ୍ତିକ ନାୟକ,ନଟବର ସେଠୀ,ଶମ୍ଭୁ ଅଧିକାରୀ,କପିଳ ବେହେରା,ଶ୍ରୀଧର ସାହୁ,ସେକ ତପିରୁଦ୍ଧିନଙ୍କ ସମେତ ବହୁ ଶ୍ରମିକ ଗଣଧାରଣାରେ ଯୋଗଦେଇଥିଲେ ।
କୋଣାର୍କ ଝୋଟକଳ ଶ୍ରମିକ ମାନଙ୍କ ପକ୍ଷରୁ ଦର୍ପଣ ତହସିଲ ସମ୍ମୁଖରେ ଗଣଧାରଣା
|
September 25, 2018 |