ରସୁଲପୁର, ୧୩ା୧୨ (ସନ୍ଧାନ ନିୟୁଜ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତର ଅନ୍ତର୍ଗତ କୋଠିଡିହ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀକୁ ଅସଦାଚରଣ କରିଥିବା ଅଭିଯୋଗ କରାଯାଇ ଜଣେ ଶିକ୍ଷକକୁ ମାଡ଼ ମାରି ଲହୁଲୁହାଣ କରିବା ଘଟଣା ଏ ଅଞ୍ଚଳରେ ଚହଳ ପକାଇଚି । ଘଟଣାରୁ ପ୍ରକାସ ଯେ, ଛାତ୍ରୀକୁ ଅସଦାଚରଣ କରିଥିବା ଶିକ୍ଷକ କୁ ଅକଟ ରଖାଯାଇ ମାଡ଼ ମାରିବା ସହିତ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନନ୍ଦ କୁମାର ନାୟକଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଖବର ମିଳିଛି । ଛାତ୍ରୀକୁ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହେବାପରେ ବିଦ୍ୟାଳୟ ପରିଶରରେ ଉତ୍ତେଜନା ଦେଖାଦେଇଥିଲା । ଯାହାକୁ ନେଇ ଛାତ୍ରୀର ଅଭିଭାବକ ମାନେ ଉତ୍ତେକ୍ତ ହୋଇ ଶିକ୍ଷକଙ୍କୁ ମାଡ଼ ମାରିଥିଲେ । ଉତ୍ତେଜନା ଦେଖାଦେବାରୁ କୋତପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚି ଶିକ୍ଷକଙ୍କୁ ଉଦ୍ଧାର କରିଥିଲେ । ବ୍ରହ୍ମବରଦା ପୋଲିସ୍ ସହାୟତରେ ଶିକ୍ଷକଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମବରଦା ଫାଣ୍ଡିରେ ରଖାଯାଇଥିଲା । ଆମ ପ୍ରତିନିଧି ବ୍ରହ୍ମବରଦା ଫାଣ୍ଡିରେ ପହଁଞ୍ଚô ଅସ୍ଥାୟୀ ଶିକ୍ଷକ ଶ୍ରୀ ଘୋସାଲଙ୍କୁ ଘଟଣା ସମ୍ଫର୍କରେ ପଚାରିବାରୁ ଏହା ଏକ ଷଡ଼ଯନ୍ତ୍ର ମୋ ପାଇଁ କରାଯାଇଥିଲା ବୋଲି କହିଥିଲେ । ଛାତ୍ରୀକୁ ଅସଦାଚରଣ କରିଥିବା ଅଭିଯୋଗ ବ୍ରହ୍ମବରଦା ଫାଣ୍ଡରେ କରାଯାଇନଥିବାରୁ ଏହା ସମ୍ଫୁର୍ଣ୍ଣ ମିଥ୍ୟା ବୋଲି ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠି ଆମପ୍ରତିନିଧିଙ୍କୁ କହିଥିଲେ । ଆମପ୍ରତିନିଧି କୋଠିଡିହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଏହା ସମ୍ପୁର୍ଣ୍ଣ ମିଥ୍ୟା ବୋଲି କହିଥିଲେ । ଶିକ୍ଷକ ଘୋସାଲ ଗୁରୁତର ଆହତ ହୋଇଥିବା ବେଳେ, ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ସହିତ ଶିକ୍ଷକ ଘୋସାଲଙ୍କ ବାମ ହାତରେ ଗଭିର ଆଘାତ ଲାଗିଥିବା ସହିତ ବିଭିନ୍ନ ଜାଗାରେ ମାଡ଼ ଚିହ୍ନ ଦେଖିବାକୁ ମିଳିଥିଲା । ଛାତ୍ରୀ ଅସଦାଚରଣ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହି ଘଟଣାକୁ ନେଇ କିଛି ଭଦ୍ର ଲୋକଙ୍କ ମାଧ୍ୟମରେ ବ୍ରହ୍ମବରଦା ଫାଣ୍ଡିରେ ସମାଧାନ କରାଯାଇ ଶିକ୍ଷକ ଘୋସାଲଙ୍କୁ ଘରକୁ ପଠାଯାଇଥିଲା । ତେବେ ଏହାକୁ ନେଇ ନାନଦି ଚର୍ଚ୍ଚା ଚାଲିଛି ।
କୋଠିଡିହ ପ୍ରାଥମିକ ବିଦ୍ୟାଳୟ: ଛାତ୍ରୀକୁ ଅସଦାଚାରଣ ଅଭିଯୋଗରେ ଶିକ୍ଷକକୁ ମାଡ
|
December 13, 2019 |