ଭଦ୍ରକ 06.12.2020 (ଲିଙ୍ଗରାଜ ପଣ୍ଡା): ବିଭିନ୍ନ ନାମୀଦାମୀ କମ୍ପାନୀର ଆପ୍ ସଫ୍ଟୱେୟାରକୁ ବ୍ୟାକ କରି ଚାକିରି ଦେବା ଆଳରେ ପେଟିଏମର ବାରକୋର୍ଡ ମାଧ୍ୟମରେ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଠକି ଥୁବା ଅଭିଯୋଗରେ ଜଣେ ଯୁବକକୁ ଦିଲ୍ଲୀ ପୁଲିସ କରିଛି । ଗିରଫ ଅଭିଯୁକ୍ତଜଣକ ହେଲେ ବରୀ ଥାନା ଅନ୍ତର୍ଗତ ବଇରା ଗ୍ରାମର ରାଜେନ୍ଦ୍ର ମଲ୍ଲିକ। ରାଜେନ୍ଦ୍ର ନିଜ ଶ୍ବଶୁର ଘର ଧୂଷୁରୀ ଥାନା ଅନ୍ତର୍ଗତ ଭଟ୍ଟସାହି ପଞ୍ଚାୟତ ନରହରି ଗ୍ରାମରେ ଲୁଚି ଥିବା ବେଳେ ଦିଲ୍ଲୀରୁ ଏକ ପୁଲିସ ଟିମ୍ ଆସି ଧୁଷୁରୀ ଥାନା ପୁଲିସ ସହାୟତାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରି ପରେ ରିମାଣ୍ଡରେ ନେଇଛି । ପୁଲିସ ସୂଚନା ଅନୁଯାୟୀ ଅଭିଯୁକ୍ତଜଣକ ଇନ୍ଦିରାଗାନ୍ଧୀ ଏୟାରପୋର୍ଟ ସମେତ ଅନ୍ୟ କମ୍ପାନୀ ନାମରେ ଆପ୍ ଓ ସଫ୍ଟୱେୟାରକୁ ନ୍ୟାକ କରି ସେଥିରେ ଫେକ ଆଇଡି ଖୋଲି ଫ୍ରାଇଟ ଟିକେଟା ବୁକିଂ କରିବା ସହ ବିଭିନ୍ନ କମ୍ପାନୀର ପ୍ରଲୋଭିନ ଦେଖାଇ ବେକାର ଯୁବକ ଯୁବତୀଙ୍କଠାରୁ ଆବେଦନ ଫର୍ମ ରେଜିଷ୍ଟ୍ରେସନ ବାବଦରେ ପ୍ରତ୍ୟେକ ୧ ହଜାର ଟଙ୍କାରୁ ଆରମ୍ଭ କରି ଦେଢ ହଜାର ଟଙ୍କା ନେଉଥିଲା ଅଲଗା ଅଲଗା ୮ଟି ଏକାଉଣ୍ଟ ଖୋଲି ପେଟିଏମ ବାରକୋର୍ଡ ମାଧ୍ୟମରେ ନିଜେ ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଅର୍ଥ ଆଦାୟ କରୁଥିଲା । ଏହି ସାଇବର ଠକେଇ ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ ଖୋଳତାଡ କରିବାରୁ ଅଭିଯୁକ୍ତ ରାଜେନ୍ଦ୍ର ଦିଲ୍ଲୀରୁ ଫେରାର ହୋଇ ଆସି ଶ୍ବଶୁର ଘର ଧୂଷୁରୀ ଥାନା ଭଟ୍ଟସାହି ଗ୍ରାମରେ ରହୁଥିବା ବେଳେ କାଲିରାତିରେ ପୁଲିସ ହାତରେ ଧରାପଡ଼ିଛି । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ପଚାରଉଚୁରା ଜାରି ରହିଛି ।