ବୈପାରିଗୁଡା,୪/୪ (ସନ୍ଧାନ ନିୟୁଜ/ ସରୋଜ କୁମାର ଲେଙ୍କା) : କୋଟପାଡରେ ଝଲସିବ କାହାର ଭାଗ୍ୟ ।କିଏ ଜିତିବ ଆସନ ?ବିଜେଡି ହାତରୁ ପିଜେପି ଏଥର କ୍ଷମତା ଛଡାଇ ନେବାରେ ସମର୍ଥ ହେବ ନା କଂଗ୍ରେସ ତାର ଦୁର୍ଗ ରକ୍ଷା କରିବ ?ଏହାକୁ ନେଇ କୋଟପାଡ ନିର୍ବାଚନ ମଣ୍ଡଳୀରେ ଚାଲିଛି ଜୋରଦାର ଚର୍ଚ୍ଚା ।ମୈଦାନରେ ୩ ରାଜନୈତିକ ଦଳର ପ୍ରମୁଖ ଯୋଦ୍ଧା ।ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ ବିଜୟ ବାନା ଉଡ଼ାଇ ଆସିଛି କଂଗ୍ରେସ ।କଂଗ୍ରେସ ଗଡରେ ଧସେଇ ପଶିବା ପାଇଁ ନୂଆ ରଣନୀତି ସହ ମୈଦାନକୁ ଓଲ୍ଲାଇଛି ବିଜେପି ଓ ବିଜେଡି ।ଦୁଇଜଣ ଅଭିଜ୍ଞଙ୍କୁ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ କରିଥିବା ବେଳେ ପିଜେପି କିନ୍ତୁ ନୂଆ ମୁହଁ ଉପରେ ଭରସା କରିଛି ।କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମାଝୀ ଙ୍କୁ ଦଳ ଆଶା ପ୍ରକଟ କରି ଟିକଟ ଦେଇଥିବା ବେଳେ ବିଜେଡି ପକ୍ଷରୁ ଦଳ ଶ୍ରୀମତୀ ପଦ୍ମିନୀ ଦିଆନ ଙ୍କୁ ଲଢ଼ିବା ପାଇଁ ଟିକଟ ଦେଇଛି ।ସେହିପରି ବିଜେପି ପକ୍ଷରୁ ଦଳ ଆଶାବାଦୀ ହୋଇ ଶ୍ରୀଯୁକ୍ତ ଖଗେଶ୍ବର ପୂଜାରୀ ଙ୍କୁ ଲଢ଼ିବାକୁ ଟିକଟ ଦେଇଥିବା ଜଣାପଡ଼ିଛି ।ଚଳିତ ନିର୍ବାଚନ ରେ କଂଗ୍ରେସ ତରଫରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ ପଛରେ ପଡିନି ବିଜେଡି ।ବିଜେଡି ମଧ୍ୟ ନିଜର ଭୋଟରଙ୍କୁ ନିଜ ପକ୍ଷରେ ରଖିବାକୁ ପ୍ରତିଦିନ ବାଇକ ରାଲି ସହ ଗାଁ ଗାଁ ବୁଲି ସାଧାରଣ ସଭା ଆୟଜନ କରୁଛନ୍ତି ।ଅପର ପକ୍ଷରେ ଚଳିତ ଥର ମୋଦୀ ହାୱରେ ବିଜେପି ମଧ୍ୟ ପ୍ରଚାର ଜୋରଦାର କରୁଥିବା ଜଣାପଡିଛି ।ଚଳିତ ନିର୍ବାଚନ କୁ ଆଖି ଆଗରେ ରଖାଯାଇ ବୈପାରିଗୁଡା ବ୍ଲକ ରେ ଥିବା କୋଟପାଡ ନିର୍ବାଚନ ମଣ୍ଡଳୀ ର ୯ଗୋଟି ପଞ୍ଚାୟତ ର ଭୋଟର ଙ୍କୁ ଯେଉଁ ଦଳ ହାତେଇବ ସିଏ ନିର୍ବାଚନ ବୈତରଣୀ ପାର ହେବାରେ ସକ୍ଷମ ହେବ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।ଚଳିତ ନିର୍ବାଚନ ରେ କେଉଁ ଦଳ ବିଜୟ ମୁକୁଟ ପିନ୍ଧିବ ତାହା ଦେଖିବା ବାକି ରହିଲା । ।
କୋଟପାଡର ଭାଗ୍ୟ
|
April 4, 2019 |