ରାଉରକେଲା, ୧୮/୩/୨୦ (ସନ୍ଧାନ ନିଉଜ): ରାଜ୍ୟରେ ଜଣେ କରେନା ପଜିଟିଭ ଆସିବା ପରେ ସରକାରଙ୍କ ତରଫରୁ ସ୍କୁଲ, କଲେଜରେ ପରୀକ୍ଷାକୁ ବନ୍ଦ କରି ଛୁଟି କରାଯାଇଛିି । ସେହିପରି କୋଚିଙ୍ଗ ସେଂଟର ବନ୍ଦ ରଖିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ମାତ୍ର ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳରେ କିଛି କୋଚିଙ୍ଗ ସେଂଟର ଚାଲୁଥିବା ଅଭିଭାବକଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଆଜି ଓଡ଼ିଶା ଅଭିଭାବକ ମହାସଂଘ ରାଉରକେଲାର କମକର୍ତା ମାନେ ସଂଧ୍ୟାରେ ସାରନଗରୀରେ କୋଚିଙ୍ଗ ଚାଲୁଥିବା ସେଂଟର ଗୁଡ଼ିକୁ ଯାଇ କୋଚିଙ୍ଗ ବନ୍ଦ କରାଇଥିଲେ । ଏହି ଅବସରରେ ସଂଘର ଆବାହକ ଅମୀୟ କୁମାର ମଲ୍ଲିକ, ପ୍ରଭାତ ବାରିକ, ବିଚିତ୍ରାନନ୍ଦ ଦାଶ,ଅଜୟ ସାହୁ, ଯୋଗେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କୋଚିଙ୍ଗ ସେଂଟର ବନ୍ଦ ଲାଗି ନିର୍ଦ୍ଦେଶ ଥିଲେ ମଧ୍ୟ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ବହୁ କୋଚିଙ୍ଗ ସେଂଟର ଲୁଚା ଚୋରାରେ ଟିଉସନ ଚଳାଇଥିବା ଅଭିଯୋଗ ହୋଇଛି ।
କୋଚିଙ୍ଗ ସେଂଟର ବନ୍ଦ କଲା ଓଡ଼ିଶା ଅଭିଭାବକ ମହାସଂଘ
|
March 18, 2020 |
