କୋଇଲେଖା ଯୁବ ଗୋଷ୍ଠୀ ର ନୂଆ ପ୍ରୟାସ

Spread the love
ଚାନ୍ଦବାଲି, ୦୨/୦୪/୨୧ (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍)  : ଆଧୁନିକ ସମାଜ ରେ ଟିକେ ଭଲଭାବରେ ଶୁଣିଲେ ଗୋଟିଏ କଥା ଆମ ସମସ୍ତଙ୍କର କାନରେ ବାଜେ ତାହା ହେଉଛି ଆଜିର ଯୁବ ସମାଜ ପଥଭ୍ରଷ୍ଟ  ପୁଣି ଅଶାନ୍ତ । ମଦ ମାଂସ ରେ ଉବୁଟୁବୁ ହେଉଥିବା ଯୁବଗୋଷ୍ଠୀ ଆଜି ବିଶୃଙ୍ଖଳ । ପରିବର୍ତ୍ତନ ହୋଇ ଗଲାଣି ସେମାନଙ୍କର ସକାରାତ୍ମକ ମାନସିକତା । ନକରାତ୍ମକ ଚିନ୍ତାଧାରା ସେମାନଙ୍କୁ କାବୁକରି ଚାଲିଛି । ସତେ ଯେମିତି ସେମାନଙ୍କ ନିକଟରୁ ମାନବିକତା ଦିନକୁ ଦିନ ଲୋପ ପାଇ ଗଲାଣି । । ତ୍ୟାଗ ପ୍ରଭୃତି ମହନୀୟ ଗୁଣାବଳୀକୁ ନେଇ ସମାଜ ଗର୍ବ କରେ,ଆଜି ଦିନରେ ଯୁବଗୋଷ୍ଠୀ ସେ ସବୁରୁ  ନିବୃତ୍ତ ଥିବା ସତ୍ତ୍ଵେ ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ କୋଇଲେଖା ଗ୍ରାମରେ କେତେକ ସୁ ଚିନ୍ତକ ଯୁବକ ମାନଙ୍କୁ ନେଇ ଅନ୍ୟ ର ସୁଚିନ୍ତା  ଭାବନା କରି , ଅତିଶୟ ଗରିବ ମାନଙ୍କୁ  ସାହାଯ୍ୟ ସହନୁଭୂତି ର ହାତ ବଢ଼ାଇ ବା ପାଇଁ ଏକ ମାଧ୍ୟମ ବା ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ଯୁବଗୋଷଠୀଙ୍କ କହିବା ଅନୁଯାୟୀ ଏହା ଅତି ଗରିବ ଙ୍କ ସହାୟତା ନିମନ୍ତେ ଏହି ସଂଗଠନ। ଏହି ସଂଗଠନ ଗଠନ ନିମନ୍ତେ ଚଳିତ ବର୍ଷ ଜାନୁଆରୀ ମାସ ଛବିସ୍ ତାରିଖ ଦିନ କୋଇଲେଖା ଗ୍ରାମ ର ଯୁବଗୋଷ୍ଠୀ ସଂକଳ୍ପ କରିଥିଲେ। ଏହି ସଂଗଠନ ର ନାମ ” ସ୍ୱଳ୍ପ ସହାୟତ ସଂଗଠନ” ନାମରେ ନାମିତ କରିଥିଲେ। ଏହି ନାମର ବିଶେଷତା ଏହି ସଂଗଠନ ରେ ସମସ୍ତ ଯୁବକ ମାନେ ପ୍ରାୟ ମଧ୍ୟମ ଶ୍ରେଣୀରେ ହୋଇଥିବା ବେଳେ ନିଜ ର ସ୍ଵଳ୍ପ ଆୟାରୁ ଗରିବ ଖଟିଖିଆ ଙ୍କ  ସହାୟତା ନିମନ୍ତେ ମନ ବଳାଇ ଛନ୍ତି। ପ୍ରଥମେ ନିଜ ଗ୍ରାମ ପରେ ନିଜ ପଞ୍ଚାୟତ ଶେଷରେ ଜିଲ୍ଲା ରେ ଥିବା    ଗରିବ ଲୋକ ର ଯଦି କୌଣସି ବଡ଼ ରୋଗ ରେ ପୀଡ଼ିତ ହୋଇ ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜୁଥାଏ ସେହି ମାନଙ୍କ ପାଇଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଏହି ସଂଗଠନ ମୂଳ ଲକ୍ଷ ବୋଲି ଯୁବଗୋଷ୍ଠୀ ତରଫରୁ କୁହଯାଇଛି। ସଙ୍ଗଠନ ନାଁ ରେ ଏକ ସଞ୍ଚୟ ଖାତା ଖୋଲା ଯାଇ  ମାସିକ ସହାୟତା ରାଶି ପୈଠ କରାଯାଉଅଛି।
                                        ଏହି ଯୁବ ଗୋଷ୍ଠୀ ଏହା ପୂର୍ବରୁ ଗାଁ ମାନଙ୍କ ରେ ବହୁତ ଉନ୍ନତି ମୂଳକ କାର୍ଯ୍ୟ ଯଥା ରାସ୍ତା ପାର୍ଶ୍ଵ ରେ ଗଛଲଗାଇବା, ଗାଁ ରେ ଡ୍ରେନ ଗୁଡ଼ିକୁ ସଫା ରଖିବା ସହ ବନ୍ୟା ବାତ୍ୟା ସମୟରେ ଲୋକଙ୍କ ପାଖରେ ପହଂଚି ବନ୍ୟା ଘେରା ଭିତରୁ ଉଦ୍ଧାର କାର୍ଯ୍ୟ ରେ ସହଯୋଗ କରିବା ଆଦି କାର୍ଯ୍ୟରେ ଲିପ୍ତ ଥିବା ବେଳେ ଅତିଶୟ ଗରିବ ଙ୍କ ପାଇଁ ଏହା ଏକ ନୂଆ ପ୍ରୟାସ। ଏହି ସଂଗଠନ ମଧ୍ୟରେ ବହୁତ୍ ଶିକ୍ଷିତ ଯୁବକ ମାନେ ଗୁରୁ ଦାୟିତ୍ଵ ଗ୍ରହଣ କରିଥିବା ଜଣା ଯାଇଛି। ବର୍ତ୍ତମାନ ଏହି ଗ୍ରପ୍ ର ନିରାକାର ବିଶ୍ଵାଳ (ମୁନ୍ନା) , ରାଜ କିଶୋର ବିଶ୍ଵାଳ (ରାଜୁ), ଉଦୟ ବିଶ୍ଵାଳ, ଅକ୍ଷୟ ବିଶ୍ଵାଳ , ପିଣ୍ଟୁ,ଜ୍ୟୋତି ପ୍ରକାଶ, ଜ୍ୟୋତି ରଞ୍ଜନ, ବିଶ୍ଵ ରଞ୍ଜନ, ପ୍ରକାଶ ବିଶ୍ଵାଳ,  ମୁଖ୍ୟ ଦାୟିତ୍ଵ ତୁଲାଇଥିଲା ବେଳେ ସାଗର, ପ୍ରମୋଦ, ପିଣ୍ଟୁ, ଲିଟନ, ଅଶୋକ, ଆକାଶ, ପାପୁନି, ତପନ, ସିପୁ, କୁନୁ, ଚନ୍ଦନ   , ବାପି, ରଞ୍ଜନ,  ପ୍ରଦୀପ, ଉତ୍ତମ, ତାପସ, ପପୁ   ଆଦି ସହଯୋଗ ଏବଂ ସଂଗଠନ କୁ ସୁଦୃଢ କରିବା ପାଇଁ ହାତ ବଢାଇ ଛନ୍ତି। ଏହା ବ୍ୟତୀତ ଆଜିର ପଥଭ୍ରଷ୍ଟ ଯୁବସମାଜ ମଧ୍ୟରୁ ଏଭଳି ଗରିବ ଙ୍କ ପ୍ରତି ସାହାଯ୍ୟ ସହଯୋଗ ର ହାତ ବଢ଼ାଇ ଯୁବଗୋଷ୍ଠୀ ଏକ ହୋଇ ଏଭଳି ପଦକ୍ଷେପ ପାଇଁ ସମସ୍ତ ଙ୍କ ପାଖରେ ପ୍ରଶଂସା ଯୋଗ୍ୟ ବିବେଚିତ ହୋଇଛନ୍ତି।

Related Posts

About The Author

Add Comment