କୋଇଡା ସି.ପି.ଆଇ.ଏମରେ ନୂତନ କର୍ମୀଙ୍କ ଯୋଗଦାନ
କୋଇଡା ୨୬/୧୦ (ସନ୍ଧାନ ନିୟୁଜ) : ସି. ପି.ଆଇ.ଏମ୍ ଦଳର ନୀତି ନିୟମ ଆଦର୍ଶରେ ଅନୁପ୍ରାଣିତ ହୋଇ କୋଇଡା ଠାରେ ଥିବା ସି. ପି. ଆଇ. ଏମ୍ କାର୍ଯ୍ୟଳୟ ଠାରେ ଆଜି ୩୦ ରୁ ଉର୍ଦ୍ଧ କର୍ମୀ ସି. ପି. ଆଇ. ଏମ୍ର ଶ୍ରୀମତୀ ମନ୍ଧବରୀ ନାଏକ ଙ୍କ ତତ୍ତ୍ୱାବଧାନରେ ଏବଂ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲା କମିଟି ସଭ୍ୟ ଶ୍ରୀଯୁକ୍ତ ପ୍ରଭାତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ସି ପି ଆଇ ଏମ୍ ଦୋଳରେ ଯୋଗଦାନ କରିଥିବାରୁ ସୂଚନା ମିଳିଛି ଏମାନଙ୍କ ମଧରୁ ସମ୍ୟରଞ୍ଜନ ନାଏକ, ସୁବାସ ଗୋପ, ପିତାମ୍ବର ନାଏକ, କଳ୍ପତରୁ ନାଏକ, ଗଣେଶ ନାଏକ, ସୁଜିତ କୁମାର ନାଏକ, କୋମଳ ନାଏକ, ନିଟରାଜ ନାଏକ, ଗୁରୁଚରଣ ନାଏକ, ବିଶ୍ୱନାଥ ପାତ୍ର, ତ୍ରିଭୁବନ ଗପ, ବସନ୍ତ ପାତ୍ର ପ୍ରଭୁତିଙ୍କୁ ଫୁଲ ହାର ପିନ୍ଧାଇ ସ୍ୱାଗତ କରିଥିଲେ।ଏମାନଙ୍କ ଯୋଗଦାନ ଦ୍ୱାରା ସି ପି ଆଇ ଏମ୍ ସଂଗଠନ ଆହୁରୀ ଦୃତିଭୁତ ହେବ ବୋଲି କମରେଡ଼ ଅଭୟ କୁମାର ଚୌଧୁରୀ ମତ ପ୍ରକାଶ କରିଛନ୍ତି।ଏବଂ ବାଦଲ ବାରିକ, ଡମ୍ବରୁଧର ଦେହୁରୀ, ଟୁଟୁ ଭୂମିଜ ଏହାକୁ ପୂର୍ଣ ସହମତ ଦେଇଛନ୍ତି।
Report- L Barik, Koida
Related Posts
About The Author