କୋଇଡା: ଘଞ୍ଚ ଜଙ୍ଗଲ ଭିତରେ ଚାଲିଥିଲା ଖଣି ଚୋରି , ମାଙ୍ଗାନିଜ ବୋଝେଇ ଟ୍ରକ ଜବତ

Spread the love
କୋଇଡା,୧୧/୧୨ (ସନ୍ଧାନ ନିୟୁଜ) କୋଇଡା ଥାନା ଅନ୍ତର୍ଗତ ପାଟମୁଣ୍ଡା ଗ୍ରାମପଞ୍ଚାୟତର ପୁଡ଼ାଢ଼ିହି ଜଙ୍ଗଲ ଭିତରେ ଚାଲିଥିଲା ଖଣି ଚୋରି । ଆଜି ସକାଳ ପାଞ୍ଚ ଘଟିକା ସମୟରେ ଏକ ମାଙ୍ଗାନିଜ ବୋଝେଇ ଦଶ ଚକିଆ ଟ୍ରକ ଗାଡି ନଂ OR09F 3918 କୁ ରାନୁମୁଣ୍ଡ ବସ୍ତି ନିକଟରୁ କୋଇଡା ପୋଲିସ ଜବତ କରିଚି ଘଟଣା ସ୍ଥଳରୁ ଗାଡିର ଡ୍ରାଇଭର ଫେରାର ଅଛି । ଖଣି ଚୋରି ହେଉଥିବା ସ୍ଥାନରୁ ଗାଙ୍ଗୁଲା, କୁରାଢ଼ୀ , ଏବଂ ଶାବଳ ପଡିରହିଥିବା ଦେଖିବାକୁ ମିଳିଥିଲା । ଘଟଣାର ଚିତ୍ର ବୟାନ କରୁଛି ଖଣି ମାଫିଆ  ବେଆଇନ ଭାବେ ଖଣି ଚୋରି କରୁଥିଲେ । ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ପହଂଚି ତନାଘନ ଆରମ୍ଭ କରିବା ସହ ଖଣି ଚୋରି ହେଉଥିବା ସ୍ଥାନକୁ ଯାଇ ବୁଲି ଦେଖିଥିଲେ । ସାରା କୋଇଡା ଅଞ୍ଚଳରେ ଏହି ଘଟଣା ଚର୍ଚାର ବିଷୟ ହୋଇଚି । ଖଣି ଚୋରିକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରଦକ୍ଷେପ ନେଇଥିବା ବେଳେ , କୋଇଡା ଅଞ୍ଚଳରେ ହେଉଥିବା ଖଣି ଚୋରି କୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଚି।

Related Posts

About The Author

Add Comment