କୋଭିଡ କଟକଣା ଭୁଲି ନାଚରେ ମସଗୁଲ ବରଯାତ୍ରୀ, ଗଣିଲେ 50 ହଜାର ତଣ୍ଡ!

Spread the love
ବ୍ରହ୍ମପୁର, ୦୪/୦୭/୨୦ (ସନ୍ଧାନ ନିଉଜ) : ବାଜା, ଗୀତରେ ଫାଟୁଛି ଖଣ୍ଡମଣ୍ଡଳ । ନାଚୁଛନ୍ତି ବର ସହ ବରଯାତ୍ରୀ । ନା ସାମାଜିକ ଦୂରତା ନା କାହାର ମୁହଁରେ ମାସ୍କ ରହିଛି । ତା ପରେ ପୁଣି ନିୟମ ଠାରୁ ଅଧିକ ସଂଖ୍ୟକ ଲୋକ ଏକଜୁଟ ହୋଇଛନ୍ତି । ବ୍ରହ୍ମପୁର ଗୋପାଳପୁର ଠାରେ ଏଭଳି ଏକ ଆଡମ୍ବରପୂର୍ଣ୍ଣ ବାହାଘର ଅନୁଷ୍ଠିତ ହୋଇଛି । ଯେଉଁଠି ବିନା ଦ୍ବନ୍ଦରେ କୋଭିଡ ନିୟମ ଭାଙ୍ଗିଥିବା ନଜର ଆସିଛି। ଏଭଳି ଏକ ପଞ୍ଚତାରକା ହୋଟେଲରେ ବାହାଘର ହେବାର ଭିଡିଓ ଭାଇରାଲ୍ ହୋଇଛି । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲାପାଳ 50 ହଜାର ଜୋରିମାନା ସହିତ ଉଭୟ ପକ୍ଷଙ୍କ ବିରୋଧରେ ମାମାଲା ରୁଜ୍ଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts

About The Author

Add Comment