କୋଭିଡ୍‌ କଟକଣା କଡ଼ାକଡ଼ି :  ଅମାନିଆଙ୍କୁ ନିସ୍ତାର ନାହିଁ!

Spread the love
ଭୁବନେଶ୍ବର, ୧୨/୦୯ (ସନ୍ଧାନ ନିଉଜ)  ଏଣିକି କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଦୋକାନୀ ହୁଅନ୍ତୁ ବା ସାଧାରଣ ଲୋକ; ଯେଉଁଠି ନିୟମ ଉଲ୍ଲଙ୍ଘନ କରୁଥିବା ନଜରକୁ ଆସିବେ, ସେହି ସ୍ଥାନରେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ। ପୁଲିସ୍‌ ସେବା ଭବନରେ ପୁଲିସ୍‌ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ଏପରି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବର କମିସନରେଟ୍‌ ପୁଲିସ ଅଞ୍ଚଳରେ ଥିବା ୬ ଜୋନ୍‌ରେ ୨୪ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରାଯାଇଛି। ସେଠାରେ ତୀକ୍ଷ୍ଣ ନଜର ରଖାଯିବ। ଏହାର ପରିଚାଳନା ପାଇଁ ୩ଜଣ ଡିସିପି ଓ ୨୪ଜଣ ଅନ୍ୟ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ୧୪ ସେକ୍ସନ୍‌ ଫୋ‌ର୍ସକୁ ନେଇ ଗଠିତ ଏହି ଟିମ୍‌ ଆଜି ଗୋଟିଏ ଦିନରେ ୭୨୪ ଜଣଙ୍କଠାରୁ ୭୮ ହଜାର ୨୨୨ଟଙ୍କା ଆଦାୟ କରିଛି। ସେଥିମଧ୍ୟରେ ୨୨୨ଜଣ ଦୋକାନୀ ଓ ୫୦୨ଜଣ ସାଧାରଣ ଲୋକ ଥିବା ଜଣାଯାଇଛି।

Related Posts

About The Author

Add Comment