କେଶ ଝଡ଼ିବା ଆଉ ପାଚିବା ରୁ ରକ୍ଷ୍ୟା କରିବା ନିମ୍ବପତ୍ର

Spread the love

ଭୁବନେଶ୍ୱର (ସନ୍ଧାନ ନିଉଜ) ଆଜିକାଲି  ଯୁବତୀ ,ମହିଳା ହୁଅନ୍ତୁ ବା ପୁରୁଷ ,ଅନେକଙ୍କ କ୍ଷେତ୍ରରେ କେଶ ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଉଛି । ଖୁବ୍ କମ୍ ବୟସରୁ କେଶ ଝଡିବା, କେଶ ଧଳା ଭଳି ଯାବତୀୟ ସମସ୍ୟା  ଦେଖା ଦେଉଛି । ଯାହାକୁ ନେଇ ଅଧିକ ଚିନ୍ତାରେ ପଡୁଛନ୍ତି ଯୁବପିଢୀ । ହେଲେ ହୁଏତ ସମସ୍ତଙ୍କୁ ଜଣାନଥିବ ଯେ, କେଶ ପାଇଁ ନିମ୍ବ ପତ୍ର ବହୁତ ଉପକାରୀ । ତେବେ ଆସନ୍ତୁ ଜାଣିବା କେଶ ପାଇଁ ନିମ୍ବ ପତ୍ରର ଉପକାରୀତା ବିଷୟରେ ଏବଂ ଏହା ଦ୍ୱାରା  କିପରି କେଶ ଜନିତ ସମସ୍ୟା ଦୂର ହୋଇ କେଶ  ଘନ,ସୁନ୍ଦର ହୋଇ ପାରିବ ।

-ନିମ୍ବ ପତ୍ରକୁ ଧୋଇ ଗୁଣ୍ଡ କରି , ସେଥିରେ ମହୁ  ମିଶାଇ କେଶରେ ଲଗାଇ କିଛି ସମୟ ରଖିବା ପରେ, କେଶ ଧୋଇବେ । ମହୁ  ବଦଳରେ ନିୟମିତ ବ୍ୟବହାର କରୁଥିବା ତେଲ ମଧ୍ୟ ବ୍ୟବହାର କରି ପାରିବେ । ଏପରି କରିବା ଦ୍ୱାରା କେଶ ଘନ,ସୁନ୍ଦର ହୋଇଥାଏ । କେଶରେ ଚମକ ଆସିଥାଏ । କେବଳ ଏତିକି ନୁହେଁ , କେଶ ଜନିତ ବିଭିନ୍ନ ସମସ୍ୟାକୁ ଏହା ଦୂର କରିଥାଏ ।

-କେଶରେ ପ୍ରାକୃତିକ ମଶ୍ଚରାଇଜର ଏବଂ କେଶକୁ ମଜବୁତ୍ କରିବାରେ ସାହାଯ୍ୟ କରେ କଂଚା ନିମ୍ବ ପତ୍ର । କଂଚା ନିମ୍ବ ପତ୍ରକୁ ଧୋଇ ଗ୍ରାଇଣ୍ଡିଂ କରି  , କେଶରେ ଲଗାଇ ୧୦ ରୁ ୧୫ ମିନିଟ ପରେ କେଶ ଧୋଇ ସଫା କରିବେ । ଏପରି କିଛି ଥର କରିବା ପରେ , ଏହା କେତେ ଲାଭଦାୟକ ତାହା ନିଜେ ଅନୁଭବ କରି ପାରିବେ ।

Related Posts

About The Author

Add Comment