ଯାଜପୁର,୧୦ା୦୧(ସନ୍ଧାନ ନିୟୁଜ/ଗୋପିନାଥ ଦାଶ): ମହା ପ୍ରଳୟଙ୍କରୀ ବନ୍ୟାରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ରମାପୁର କେଲୁଅ ନଦୀ ବନ୍ଧ ଭାଙ୍ଗିବା ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ ଆୟୋଗ ତିନୋଟି ପ୍ରସଙ୍ଗ ଉପରେ ନିମ୍ନମାନର କାମ ଏବଂ ଦୁର୍ନିତି ପାଇଁ ଘାଇ ହେବା ଘଟଣାକୁ ନେଇ ଏକ ମାମାଲା ରୁଜୁ ହେବାପରେ ଏହାର ଭିଜିଲାନ୍ସ ତଦନ୍ତ ନିଦେ୍ର୍ଦଷ ଦେଇଛନ୍ତି ଲୋକାୟୁକ୍ତ । ଏହା ମନୁଷ୍ୟ କୃତ ଘାଇ ବୋଲି ସ୍ଥାନୀୟ ଲୋକମାନେ କହୁଥିବା ବେଳେ, ବିରୋଧି ଦଳ ପକ୍ଷରୁ ବାରମ୍ବାର ଏହି ଘାଇ ଘଟଣାକୁ କେନ୍ଦ୍ର କରି ବିଜେପିର ବରିଷ୍ଠ ନେତା ସର୍ବେଶ୍ୱର ବେଉରା ଲୋକାୟୁକ୍ତ କୋର୍ଟରେ କେସ୍ ନଂ ୧୦୨୭/୨୦୨୦ ରେ ରୁଜୁ କରାଯିବା ସହିତ ସର୍ବୋଚ୍ଚ ଯନ୍ତ୍ରୀ ଜାରକା ପୁର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଯାଜପୁର ଜିଲ୍ଲାପାଳ ପୁର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ନରେନ କୁମାର ଜେନା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରିଥିବା ବେଳେ, ଏହାର ଉଚ୍ଚ ସ୍ଥରୀୟ ତଦନ୍ତ କରାଯାଇ ଘାଇ ଭଙ୍ଗାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ଆବେଦନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, କେଲୁଅ ନଦୀ ବନ୍ଧକୁ ସମ୍ପ୍ରସାରଣ କରାଯିବା ପାଇଁ ଗତ ୨ ବର୍ଷ ତଳେ ୨୪କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ରମାପୁରଠାରେ କେଲୁଅ ନଦୀରେ ଘାଇ ହୋଇଥିବା ମନୁଷ୍ୟକୃତ ଘାଇ ବୋଲି ଅଭିଯୋଗ କରାଯାଇଥିଲା । ଏଥରେ ରାଜନୈତିକ ନେତାମାନେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ଗତ ଅଗଷ୍ଟ ୨୮ ତାରିଖରେ କେଲୁଅ ନଦୀରେ ବନ୍ୟା ଆସିବା ସମୟରେ ରାତି ପ୍ରାୟ ୧୦ଟା ସମୟରେ ରମାପୁର ଠାରେ ଏକ ୩୦୦ ଶହ ଫୁଟ୍ର ଘାଇ ହୋଇଥିଲା । ଏହି ଘାଇ ହେବାଫଳରେ କୋତପୁର, କୋଦମପାଳ, ମିର୍ଜାପୁର, ପାଟପୁର, ଏବଂ ପଟୁଣିଆ ପଂଚାୟତରେ ଚାଷିମାନେ କ୍ଷତିଗ୍ରସ୍ତ ହୋଇଥିଲେ । ୬ଶହ ଚାଷଜମି ଜଳମଗ୍ନ ହେବା ସହିତ ୪ଦିନ ଧରି ଲୋକମାନେ ଜଳବନ୍ଦିରେ ରହିଥିଲେ । କନିଷ୍ଠ ଯନ୍ତ୍ରୀ ନରେନ କୁମାର ଜେନା ଡିନାମାଇଟ୍ ଲଗାଇ ଏହି ଘାଇ ସୃଷ୍ଟି କରିଥିଲେ ବୋଲି ବିରୋଧି ଅଭିଯୋଗ କରିଥିଲେ । ଅଭିଯୋଗ ହେବାପରେ ଘଟଣା ସ୍ଥଳରେ ମୁଖ୍ୟ ଶାସନ ସଚିବ ଯାଜପୁର ଜିଲ୍ଲାପାଳ ଘାଇ ପରିଦର୍ଶନ କରି ଏହା ଏକ ମନୁଷ୍ୟ କୃତ ଘାଇ ବୋଲି ହୃଦବୋଧ କରିଥିଲେ । ଏହି ଘାଇକୁ ନେଇ ଧର୍ମଶାଳା ଥାନାରେ ଅଭିଯୋଗ କରାଯାଇଥିଲା । ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତ ନିଦେ୍ର୍ଦଷ ଦେଲେ ।
କେଲୁଅ ନଦୀ ବନ୍ଧ ଭାଙ୍ଗିବା ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ
|
January 10, 2021 |