ଧର୍ମଶାଳା,୨୮/୧୦(ସନ୍ଧାନ ନିଉଜ/ସୁରେଶ ବିଶ୍ୱାଳ) ୫ Tଅର୍ଥାତ ମୋ ସରକାର ଆଇନ ଲାଗୁହେଲା ପରେ ବି ଆଜିବି ମୁକ୍ତ ହୋଇ ପାରୁନି ଧର୍ମଶାଳା ତହସିଲ ରୁ ଦଲାଲ ଙ୍କ ମୁକ୍ତ। ଘଟଣାରୁ ପ୍ରକାଶ ଯେ -ମୋ ସରକାର ଆଇନ ଲାଗୁ ହେବା ପରେ ସାଧାରଣରେ ଧର୍ମଶାଳା ଥାନା ହେଉ ବା ଆର୍ଟିଓ ଅଫିସ ହେଉ ସବୁଠି ଦଲାଲ ହଟି ଯାଇଥିବା ବେଳେ ଧର୍ମଶାଳା ତହସିଲ ଆଗରେ ସେଇ ପଟା ଦାର ଦଲାଲି ମାନେ ଚିକି ଚିକିଆ ଧଳା କଳା ପୋଷାକ ପିନ୍ଧି ଟେବୁଲ ଚେୟାର ପକାଇ ସାଧାରଣ ଲୋକ ଙ୍କୁ ଠକି ଚାଲିଛନ୍ତି।ଏଯେମିତି କରବାବୁ ନାନ ପୁରରୁ,ସ୍ୱାଇଁ ବାବୁ ନେଉଳ ପୁରରୁ,ଶତପଥୀ ବାବୁ,ଗୋପାଳ ପୁରରୁ,ଖାଁ ବାବୁ ଧର୍ମଶାଳା ରୁ,ରାୟ ବାବୁ ଭଳି ପଟାଦାର ଲାଇସେନ୍ସ କଲାଭଳି ବାବୁ ମାନେ ବହୁତ ସୁନ୍ଦର ଭାବେ ଲୋକ ସେବା ଆଳରେ କାର୍ଯ୍ୟ କରୁଛନ୍ତି।ଏମାନଙ୍କୁ କିଏ ଅନୁମତି ଦେଇଛି ଲୋକ ସେବା ନାଁରେ କାର୍ଯ୍ୟ କରିବାକୁ।ମାନ୍ୟବର ମାଜିଷ୍ଟ୍ରେଡ଼ ଙ୍କ ନଜର ଅନାବାଦୀ,ବେଆଇନ ଘର ତୋଳା,ଖଣି ଖଦାନ ଓ ବାଲି, ମୋହରମ ଉପରେ ନଜର ଥିଲା ବେଳେ ତାଙ୍କ ପାଖରେ ବସି ଲୋକ ଙ୍କୁ ସେବା ଦେବା ଆଳରେ ଲୋକ ଙ୍କୁ ଠାକୁଛନ୍ତି ଏମାନଙ୍କ ଉପରେ କେମିତି ପଡୁନି।ଏମାନେ କଣ ଲାଇସେନ୍ସ କରିଛନ୍ତି ଏଭଳି କାମ କରିବାକୁ।ଏମାନେ କଣ ଓକିଲ ନା ଭେଣ୍ଡର ଏମାନେ ତହସିଲ ଆଗରେ ବସି ଆଳ ଯମାଉଛନ୍ତି।କାହା ଅନୁମତିରେ ଏମାନଙ୍କ ଏଭଳି ବେଆଇନ କାଯ୍ୟ କରୁଛନ୍ତି।ମାନ୍ୟବର ତହସିଲଦାର ଙ୍କ ଏଥିରେ କିଛି ଭାଗ ଅଛି ନା ଏମାନଙ୍କ ପ୍ରତି ଅପାର ଦୟା ଅଛି।ଏକଥା ଆମେ କହୁନୁ ଏକଥା କହୁଛନ୍ତି ସାଧାରଣ ଲୋକ ଟିଏ ତହସିଲ କୁ କୌଣସି କାମ ଟିଏ ପାଇଁ ଯାଇଥିବା ବେଳେ।ତହସିଲ ଦାର ଏତେ ନେବେ,ବଡବାବୁ ଏତେନେବ,ଟାଇପ ଵାଲା ଏତେ ନେବେ,ସରକାରୀ ଓକିଲ ଏତେ ନେବେ ,ସବ ରେଜିଷ୍ଟ୍ର ଏତେନେବେ,କାଗଜ ଵାଲା ଏତେନେବେ କହି କହି ଲୋକ ମାନଙ୍କୁ ଭୁଆଁ ବୁଲାଇ ନାକେଦମ କରିଦେଲା ପରେ ଲୋକ ଟିଏ ଘରକୁ ଆସୁଛି।ଏ କଣ ବେଆଇନ କାମ ନୁହେଁ।ଯଦି ଏଭଳି ଦଲାଲ ମାନ୍ୟବର ତହସିଲ ଆଗରେ ଆଳ ଜମାଉ ଥିବା ନ ରୋକନ୍ତି ତାହେଲେ ଆଗକୁ ବହୁ ସମସ୍ୟା ଦେଖା ଦେବା ସହିତ ବହୁ ସଂଖ୍ୟା ରେ ଗରିବ ବ୍ୟକ୍ତି ମାନେ ମାନ୍ୟବର ଏଭଳି ଠାରରେ ନା ଦିଆ ଯାଇଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ ପୁରା ନାମ ଓ ସମ୍ପୂର୍ଣ ଠିକଣା ଲେଖି ଜିଲାପାଳ ଙ୍କୁ ଦେବା ସହିତ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବାର ଖବର ଅଛି।ଏଥିପ୍ରତି ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ତହସିଲ ଆଗରୁ ଦଲାଲ ମୁକ୍ତ କରିବାକୁ ବହୁ ବୁଦ୍ଧିଜୀବି ମାନେ ଦାବି କରିଛନ୍ତି।
କେବେ ହେବ ଧର୍ମଶାଳା ତହସିଲ ଦଲାଲ ମୁକ୍ତ ; ପଡ଼ୁନି ୫ ଟି ସଚିବଙ୍କ ଦୃଷ୍ଟି
|
October 28, 2019 |
