ତିହିଡି, ୧୧/୦୭/୨୦୨୧ (ସନ୍ଧାନ ନିଉଜ) : ତିହିଡି_ ଆରଡ଼ି ରାସ୍ତା ପାଲଟିଛି ମରଣଯନ୍ତା । ବାବା ଆଖଣ୍ଡଳମଣୀ ଙ୍କ ପାଖକୁ ଏହି ରାସ୍ତା ଟି ତିହିଡି ବ୍ଲକ ରୁ ମାତ୍ର ଏକ ମାତ୍ର ସ୍ଥଳ ରାସ୍ତା। ପ୍ରତି ଦିନ ମଧ୍ୟ ହଜାର ହଜାର ଯାତ୍ରୀ ଏହି ରାସ୍ତା ଦେଇ ଯାଇଥାନ୍ତି। ଏହି ରାସ୍ତା ଖଣ୍ଡକ ପ୍ରତିବର୍ଷ ମରାମତି ହେଉଥିଲେ ସୁଦ୍ଧା ଏଥିରେ କୌଣସି ଉନ୍ନତି ମୂଳକ ଭାବେ କାର୍ଯ୍ୟ ହେଉନି ବୋଲି ଅଞ୍ଚଳ ବାସି କହିଛନ୍ତି । ଏହି ରାସ୍ତାରେ ଭାରି ଯାନ ଯିବା ଆସିବାରେ ରାସ୍ତା ମଝିରେ ମଝିରେ ପୋଖରୀ ସଦୃଶ ହୋଇଗଲାଣି। ଯଦି କୌଣସି ଅଜଣା ଗାଡ଼ି ଏହି ରାସ୍ତାରେ ଅନିୟମିତତା ଭାବେ ଚାଲେ ନିଶ୍ଚିତ ଦୁର୍ଘଟଣା ରେ ସମ୍ମୁଖୀନ ହେବ। ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ କଲେଜ ଠାରୁ ଆରମ୍ଭ କରି ଦୈନିକ ବଜାର ଉପରେ ନିର୍ଭର କରନ୍ତି ଅଞ୍ଚଳବାସୀ । ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକେ ଯିବା ଆସିବା କରନ୍ତି । ଖାଲଖମାରେ ଭର୍ତ୍ତି ଏହି ରାସ୍ତାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ଏହି ରାସ୍ତା ପ୍ରତି ଯେମିତି କାହାର ନିଘା ନାହିଁ । ତୁରନ୍ତ ଏହି ରାସ୍ତାର ଉନ୍ନତୀକରଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।
କେବେ ସୁଧୁରିବ ତିହିଡି ଆରଡ଼ି ରାସ୍ତା
|
July 11, 2021 |


