ସୁନ୍ଦରଗଡ଼ ୨୩/୨/୨୬ (ସନ୍ଧାନ ନ୍ୟୁଜ) ସରକାର ବଦଳୁଛି, ବ୍ୟବସ୍ଥା ବଦଳୁଛି, ହେଲେ ବଦଳୁନି ସୁନ୍ଦରଗଡ଼ ଜିଲ୍ଲା ସବଡେଗା ରାଜସ୍ୱ କାର୍ଯ୍ୟାଳୟର ଭାଗ୍ୟ। ଗୋଟିଏ ପଟେ ରାଜ୍ୟ ସରକାର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମ ଘୋଷଣା କରି ସେବାକୁ ଲୋକଙ୍କ ନିକଟତର କରୁଥିବା ବେଳେ, ଅନ୍ୟପଟେ ସବଡେଗା ବ୍ଲକର ଏହି ଗୁରୁତ୍ୱପୂର୍ଣ୍ଣ ଅଫିସ୍ ଆଜି ବି ଅବହେଳିତ।ବିପର୍ଯ୍ୟସ୍ତ କୋଠା, ଭଙ୍ଗା ଆସବାବପତ୍ର ଏବଂ ମୌଳିକ ସୁବିଧାର ଅଭାବ। ଏହା ହେଉଛି ସବଡେଗା ରାଜସ୍ୱ କାର୍ଯ୍ୟାଳୟର ବାସ୍ତବ ଚିତ୍ର। ପ୍ରତିଦିନ ଶତାଧିକ ଲୋକ ଜମିବାଡ଼ି କାମ ପାଇଁ ଏଠାକୁ ଆସୁଛନ୍ତି, ହେଲେ ସେମାନଙ୍କ ପାଇଁ ନା ଅଛି ବସିବାକୁ ଜାଗା, ନା ଅଛି ପିଇବା ପାଣିର ସୁବିଧା। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସ୍ୱଚ୍ଛତା ଓ ଦ୍ରୁତ ସେବା ଉପରେ ଗୁରୁତ୍ୱ ଦେଉଥିବା ବେଳେ, ଏହି କାର୍ଯ୍ୟାଳୟର ରୂପାନ୍ତରିକରଣ କାହିଁ
କେବେ ବଦଳିବ ସବଡେଗା ରାଜସ୍ୱ କାର୍ଯ୍ୟାଳୟର ଚିତ୍ର
|
February 23, 2026 |



