କେବେ ଦେବେ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପେନସନ ।

Spread the love
ଭୁବନେଶ୍ବର କଳିଙ୍ଗ ଜ୍ୟୋତି ୧୮/ ୧୨/୨୫ (ସନ୍ଧାନ ନ୍ୟୁଜ)   : ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ନିବେଦନ ପରେ ପେନସନ ପ୍ରଦାନରେ ଅହେତୁକ ବିଳମ୍ବ ହେତୁ ରାଜ୍ୟ ସରକାରଙ୍କ ଇଞ୍ଜିନିୟରିଙ୍ଗ ବିଭାଗ ଯଥା- ଜଳ ସମ୍ପଦ, ନଗର ଉନ୍ନୟନ ଓ ଗୃହ ନିର୍ମାଣ, ପୂର୍ତ୍ତ, ଗ୍ରାମ ଉନ୍ନୟନ ଓ ପଞ୍ଚାୟତ ରାଜ ସମ୍ବତ ରାଜ୍ୟ ଇଞ୍ଜିନିୟରିଙ୍ଗ ୱାର୍କ ଚାର୍ଜଡ଼୍, ନିୟମିତ ଓ ସେବା ନିବୃତ କର୍ମଚାରୀ ଫୋରମ ଚଳିତ ମାସର ଗତ ୫ତାରିଖରୁ ବିଧାନସଭା ଆଗରେ ଅସହ୍ୟ ଶୀତ କାକରରେ ଆହୋରାତ୍ର ଧାରଣ ଦେଇଛନ୍ତି। ଦୀର୍ଘ ୩୦ ରୁ ୪୦ ବର୍ଷ ଦେଶ ପାଇଁ ସେବା କରି ଚାକିରିରୁ ଅବସର ପରେ କୋୖଣସି ପେନସନ ନ ପାଇ ଏହି ସରକାରୀ କର୍ମଚାରୀ ଆଜି ନିଃସହାୟ। ରାଜ୍ୟ ସରକାରଙ୍କ ଇଞ୍ଜିନିୟରିଙ୍ଗ ବିଭାଗ ଉକ୍ତ ସଂସ୍ଥା ଅଧୀନରେ କଟ ଅଫ ଡେଟ ତା. ୧୨.୪.୧୯୯୩ ରିଖ ପୂର୍ବରୁ କାର୍ଯ୍ୟରତ ସମସ୍ତ ଏନ.ଏଇ.ଆର/ଏନ.ଏମ.ଆର କର୍ମଚାରୀ ଅର୍ଥ ବିଭାଗ ସଂକଳ୍ପ ସଂଖ୍ୟା ନ°.୨୨୭୬୪ ତା.୧୫.୦୫.୧୯୯୭ ଅନୁସାରେ ୧୦ ବର୍ଷ ଚାକିରୀ ପୂରଣ କରି ୨୦୦୩ ମସିହାରେ ରେଗୁଲାର  ନିଯୁକ୍ତି ପାଇବାକୁ ଯୋଗ୍ୟ ଥିଲେ। ଏହି ସଂକଳ୍ପ ବର୍ଣ୍ଣନାତ୍ମକ ରେଗୁଲାର ନିଯୁକ୍ତି ପରିବର୍ତ୍ତେ ୨୦୦୯ ମସିହାରୁ ୨୦୧୩ ମସିହା ମଧ୍ୟରେ ଡ଼ି.ଏଇ.ଆରଏନ.ଏମ.ଆର ଙ୍କୁ ୱାର୍କଚାର୍ଜ ସଂସ୍ଥାପନକୁ ରୂପାନ୍ତରିତ କରିଥିଲେ। ସେହିପରି ଅର୍ଥ ବିଭାଗ ମେମୋରାଣ୍ଡମ୍ ସଂଖ୍ୟା ନ°.୫୪୮୩/ଏଫ୍ ତା.୬.୩.୧୯୯୦ ଅନୁଯାୟୀ ୫ବର୍ଷ ୱାର୍କଚାର୍ଜ ଚାକିରୀ ପରେ ୱାର୍କଚାର୍ଜ ସଂସ୍ଥାରେ ପ୍ରଦାନ କରାଯାଇଥିବା ଚାକିରୀ ସମୟ ପେନସନ ନିମନ୍ତେ ଯୋଗ୍ୟ ବିବେଚିତ ହେବ। ସୂଚନାଯୋଗ୍ୟ ବର୍ତମାନର ବ୍ରଟଓଭର ୱାର୍କଚାର୍ଜଡ଼/ରେଗୁଲାର କର୍ମଚାରୀ ୧୦ବର୍ଷରୁ ଉର୍ଦ୍ଧ ଚାକିରୀ ସମାପନ କରିଥିବାରୁ ନିୟମ ଅନୁସାରେ ପେନସନ ପାଇବାକୁ ଯୋଗ୍ୟ ଅଟନ୍ତି। ମାତ୍ର ଅତୀବ ଦୁଃଖର ବିଷୟ ଏହି ଭାବରେ ଯେଉଁ କର୍ମଚାରୀ ଅବସର ନେଉଛନ୍ତି ସେମାନଙ୍କୁ ପେନସନ ଦିଆଯାଉନାହିଁ। ତେଣୁ ସରକାରଙ୍କ ନିକଟରେ ଦାବୀ କରାଯାଇଛି ଅର୍ଥ ବିଭାଗ ପ୍ରକଳ୍ପ ସଂଖ୍ୟା ୨୨୭୬୪ ତା.୧୫.୫.୧୯୯୭ ଅନୁସାରେ ୧୦ବର୍ଷ ଏବଂ ୱାର୍କଡ଼ ଚାର୍ଜ ନିୟମ ସର୍ତ୍ତାବଳି ଅନୁସାରେ ୫ ବର୍ଷ ଚାକିରୀ ପୂରଣ ହୋଇସାରିଥିବାରୁ ଇଞ୍ଜିନିୟରିଙ୍ଗ ବିଭାଗର ପେନସନ ଯୋଗ୍ୟ ଅବହେଳିତ ବ୍ରଟଓଭର ୱାର୍କଡ଼ ଚାର୍ଜ/ରେଗୁଲାର କର୍ମଚାରୀଙ୍କ ସମୁଦାୟ ଚାକିରୀ କାଳକୁ ହିସାବକୁ ନେଇ ପେନସନ ନିୟମ ୧୯୯୨ ଭୁକ୍ତ କରି ଅବସରକାଳୀନ ପେନସନ ସହିତ ଗ୍ରାଚ୍ୟୁଇଟି ଅଧିନିୟମ ୧୯୭୨ ପ୍ରଦାନ କରାଯାଉ ବୋଲି ସଙ୍ଘ ଜଣାଇଛି। ସୂଚନାଯୋଗ୍ୟ ଜଳ ସମ୍ପଦ ବିଭାଗ ଅଧୀନରେ ବ୍ରଟଓଭର ୱାର୍କଡ଼ ଚାର୍ଜ କର୍ମଚାରୀ ସର୍ବେଶ୍ୱର ଭୁଜବଳ, ହରେକୃଷ୍ଣ ଭୂୟାଁ, ମୁରଲୀଧର ଗିରି ପ୍ରମୁଖ ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦ୍ଧେଶ କ୍ରମେ ୧୯୯୨ ପେନସନ ପାଉଛନ୍ତି। ଇତି ମଧ୍ୟରେ ଜଳ ସମ୍ପଦ ବିଭାଗର ଅନ୍ୟ ୧୦ ‍ଜଣ ବ୍ରଟଓଭର ୱାର୍କଡ଼ ଚାର୍ଜଙ୍କୁ ପେନସନ ଦେବାପାଇଁ ପତ୍ର ସଂଖ୍ୟା ୩୩୯୧୩ ତା.୪.୧୨.୨୦୨୫ରିଖରେ ପ୍ରକାଶ କରିଛନ୍ତି।ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଧେଶ ବିରୁଦ୍ଧରେ ଓଡିଶା ସରକାରଙ୍କ ଦ୍ୱାରା ମାନ୍ୟବର ସୁପ୍ରିମକୋର୍ଟରେ ଆଗତ ୧୨୪ ଗୋଟି ଲିଭ ପିଟିସନ(ସିଭିଲ) ଡ଼ାଇରୀ ନ°.୩୩୪୦୦/୨୦୨୩ ତା.୨୪.୭.୨୦୨୫ରିଖ ଆଦେଶରେ ରଦ୍ଦ ହୋଇଛି। ସୁତରାଂ ସମସ୍ତ ବ୍ରଟଓଭର ୱାର୍କ ଚାର୍ଜଡ଼ଙ୍କୁ ପେନସନ ପ୍ରଦାନ କରିବାରେ କୋୖଣସି ଆଇନଗତ ପ୍ରତିବନ୍ଧକ ନାହିଁ। ଏଣୁ ସରକାର ଏହାକୁ ହୃଦୟତାର ସହ ବିଚାରକୁ ନେଇ ରାଜ୍ୟ ସରକାରଙ୍କ ଇଂଜିନୟରିଂ ବିଭାଗ ଯଥା – ଜଳ ସମ୍ପଦ, ନଗର ଉନ୍ନୟନ ଓ ଗୃହ ନିର୍ମାଣ, ପୂର୍ତ୍ତ, ଗ୍ରାମ ଉନ୍ନୟନ ଓ ପଞ୍ଚାୟତ ରାଜ ସମ୍ବତ ରାଜ୍ୟ ଇଞ୍ଜିନିୟରିଙ୍ଗ ୱାର୍କ ଚାର୍ଜଡ଼, ନିୟମିତ ସେବା ଓ ସେବା ନିବୃତ କର୍ମଚାରୀଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ମାସିକ ପେନସନ ପ୍ରଦାନ କରିବାକୁ ସଙ୍ଗ ପକ୍ଷରୁ  ମୁଖ୍ୟ ସଂଯୋଜକ ରଣଜିତ ମହାନ୍ତି  ସରକାରଙ୍କ ଠାରେ ଦୃଢ ଦାବୀ ଜଣାଇଛନ୍ତି।

Related Posts

About The Author

Add Comment