ନୂଆଦିଲ୍ଲୀ, ୧୧/୧୧ (ସନ୍ଧାନ ନିଉଜ) କରୋନା ପାଇଁ ବନ୍ଦ ରହିଥିବା ସାଂସଦ ହାତ ପାଣ୍ଠି ଯୋଜନାକୁ ପୁଣି ଥରେ ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଆଜି ଏନେଇ କେନ୍ଦ୍ର କ୍ୟାବିନେଟ୍ ରେ ନିଷ୍ପତି ହୋଇଛି । ଚଳିତ ବର୍ଷ ପୁଣି ଥରେ ସାଂସଦ ହାତ ପାଣ୍ଠି ବାବଦକୁ ଅର୍ଥ ପ୍ରଦାନ କରିବେ କେନ୍ଦ୍ର ସରକାର । କ୍ୟାବିନେଟ୍ ନିଷ୍ପତି ଅନୂଯାଇ ଚଳିତ ବର୍ଷ ୨ କୋଟି ଟଙ୍କା ପ୍ରତ୍ୟକ ସାଂସଦ ମାନଙ୍କୁ ହାତ ପାଣ୍ଠି ଯୋଜନାରେ ଦିଆଯିବ । ପୂର୍ବରୁ ଏହି ଯୋଜନାରେ ବର୍ଷକୁ ୫ କୋଟି ଟଙ୍କା ଦିଆଯାଉଥିବା ବେଳେ କରୋନା ମହାମାରୀ ସମୟରେ ଦେଶରେ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତି ନେଇଥିଲେ କେନ୍ଦ୍ର ସରକାର । ତେବେ ବର୍ତ୍ତମାନ କରୋନା ସଂକ୍ରମଣ କମିବା ସହିତ ଦେଶର ଅର୍ଥନୀତିରେ ସୁଧାର ଆସିବାରୁ ପୁଣି ଥରେ ଏମପି ଲ୍ୟାଡ୍ ଯୋଜନା ଲାଗୁ କରିବାକୁ ନିଷ୍ପତି ନେଇଛି କେନ୍ଦ୍ର କ୍ୟାବିନେଟ୍ । କେବଳ ଚଳିତ ବର୍ଷ ଏହି ଯୋଜନାରେ ୨କୋଟି ଟଙ୍କା ଦିଆଯିବ ଏବଂ ଆସନ୍ତା ବର୍ଷ ଠାରୁ ପୂର୍ବ ଭଳି ୫ କୋଟି ଟଙ୍କା ଲେଖାଏଁ ପ୍ରତିବର୍ଷ ସାଂସଦ ମାନଙ୍କୁ ଦିଆଯିବ ବୋଲି ଆଜି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
କେନ୍ଦ୍ର କ୍ୟାବିନେଟ୍ ର ବଡ଼ ନିଷ୍ପତି: ପୁଣି ଥରେ ଆରମ୍ଭ ହେବ ଏମ.ପି. ଲ୍ୟାଡ୍ ଯୋଜନା
|
November 11, 2021 |