ବାରିପଦା, 15.12.2020 (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା)-ଆଜି ବାରିପଦା ଠାରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ମୟୁରଭଞ୍ଜ ପ୍ରଭାରୀଦିନେଶ ଦାସଙ୍କ ଆହ୍ବାନରେ ଏକ ବିଶାଳ ଶୋଭାଯାତ୍ରା ମଧୁବନ ପଡ଼ିଆରୁ ବାହାରି ସହର ପରିକ୍ରମା କରି ଶେଷରେ ମୟୁରଭଞ୍ଜ ଜିଲ୍ଲପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ କୃଷି କଳା ଆଇନ ଓ ରାଜ୍ୟ ସରକାରଙ୍କ ଦ୍ବାରା ମଣ୍ଡି ମାନଙ୍କରେ ଧାନ ସଂଗ୍ରହରେ କଟନି ଛଟନି ବ୍ୟବସ୍ଥା ବିରୁଦ୍ଧରେ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା । ଏହି ସଂଗଠନ ତରଫରୁ ପ୍ରତ୍ୟେକ ମଣ୍ଡିରେ ଚାଷୀ ମାନଙ୍କ ଠାରୁ ଧାନ କିଣାଯାଉଥିବା ବେଳେ ୫ ରୁ ୧୦ କିଲୋ ଧାନ କଟା ଯାଉଥିବା ସହିତ ଅଭାବି ବିକ୍ରିରଶିକାରକୁ ବଦ, ଅଖା ପଇସା ଫେରସ୍ତ କିମ୍ବା ଛୋଟ ଅଖା ପ୍ରଦାନ, ପ୍ରତ୍ୟେକ ଫଚାୟତରେ ବର୍ଷ ତମାମ ଧାନ ମଣ୍ଡିରେ ଧାନ କିଣିବା, ଜିଲ୍ଲାର ସମସ୍ତ ଚାଷ ଜମିକୁ ଜଳସେଚନବ୍ୟବସ୍ଥା, ଜଙ୍ଗଲ ଜନ୍ତୁଙ୍କ ହାବୁଡ଼ରୁ ଚାଷୀମାନଙ୍କ ଫସଲକୁ ସୁରକ୍ଷା ପ୍ରଦାନ କରିବା ସହିତ କ୍ଷତି ପୂରଣ ପ୍ରଦାନ, ରିଲିଫ୍କୋର୍ଡ ସଂଶୋଧନ କରାଯାଇ କ୍ଷତି ଯେତେ ଦିଅ ସେତେ ଦାବୀ ମାନିବା, ସାର ବିହନ,କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ ଯୋଗାଇ ଦେବା, କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ଚାଷୀ ବିରୋଧ କଳା କାନୁନକୁପ୍ରତ୍ୟାହାର, ସ୍ବାମୀନାଥଙ୍କୁ କମିଶନ ରିପୋର୍ଟ ଆଧାରରେ ଏମ.ଏସ.ପି. ଲାଗୁ କରିବା, ବିକାଶର ଧାରରେ ବିସ୍ଥାପିତଚାଷୀଙ୍କ ଜମି ବଦଳରେ ଉପଯୁକ୍ତ ମୂଲ୍ୟପ୍ରଧାନ, ଅନ ଲାଇନ କରିଥିବା ଚାଷୀର ସସସ୍ତ ଉତ୍ପାଦନ ଶ୍ରେମ ଓ ଦଲାଇ ପ୍ରାଦୁର୍ଭାବରୁ ଚାଷୀଙ୍କୁ ସୁରକ୍ଷା ଆଦିଦାବିରେ ଆଜିନାର ସ୍ମାରକପତ୍ରରେ ଉଲେଖ ରହିଛି ।ଅଡିର ବିକ୍ଷୋଭ ସଭାରେ ରାଜ୍ୟ ସଂଯୋଜକ ଶେଷଦ ନନ୍ଦ,ରାଜ୍ୟ ସହସଂଯୋଜକ ଉମାକାନ୍ତ ରାଉତ୍, ଜିଲ୍ଲା ପ୍ରଭାରୀ ଦିନେଶ ଦାସ ଉପସ୍ଥିତ ଚାଷୀ ମାନଙ୍କୁ ଉଦ୍ବୋଧନଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ପ୍ରାଣବନ୍ଧୁ ପଲାଇ, ରମାକାନ୍ତ ନାଏକ, ସତ୍ୟରଞ୍ଜନବେହେରା, ଜୟଦେବ ସାହୁ, କମଳାକାନ୍ତମହାକୁଡ଼, ପ୍ରହଲ୍ଲାଦ ନାଏକ, ହରିଚନ୍ଦନ ଦାସ, ସନାତନ ମୁମ୍ଭ ପଦ୍ମଲୋଚନ ମହାନ୍ତ, ଶ୍ରବଣ ଛାଟିଆ, ରାଇମଣି ବିଶ୍ୱାଳ ପ୍ରମୁଖ ନେତୃତ୍ବ ନେଇଥିଲେ। ସଭା ପରେ ଜିଲ୍ଲା ପ୍ରଶାସନ ସହିତ ଏହି ଦାବି ଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଥିଲା ।
କେନ୍ଦ୍ର କଳା କାନୁନ ବିରୁଦ୍ଧରେ ସଚେତନତା ଯାତ୍ରା
|
December 15, 2020 |
