ରାଉରକେଲା, ୨୯/୦୬ (ସନ୍ଧାନ ନିଉଜ): କେନ୍ଦ୍ରୀୟ ‘ହୋ’ ସମାଜ ରାଉରକେଲା ତରଫରୁ ସାରନଗରୀ କଇଁଥାବାସା ଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସାମାଜିକ ଦୂରତା ମଧ୍ୟରେ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଦାମ୍ପା ଉଗୁର୍ସାଣ୍ଡି ପ୍ରଥମେ ଗୋଟିଏ ଶାଳ ଚାରା ରୋପଣ କରିଥିଲେ । ସେ ଏହି ଅବସରରେ କହିଲେଯେ, ବୃକ୍ଷ ମନୁଷ୍ୟର ଏକ ଅମୂଲ୍ୟ ବନ୍ଧୁ ଏବଂ ଚିର ସାଥୀ । ବୃକ୍ଷ ଲଗାଇବା ଦ୍ୱାରା ପରିବେଶ ସନ୍ତୁଳନ ହେବାରେ ସହାୟକ ହୁଏ ବୋଲି ସେ ପ୍ରକାଶ କରିଥିଲେ । ସର୍ବମୋଟ ୩୦ଟି ଶାଳ, କଦମ୍ବ, ନିମ୍ବ, କରଂଜ ଇତ୍ୟାଦି ଚାରା ରୋପଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଚାରା ରୋପଣ ନିମନ୍ତେ ହାଲୁ ସଏ ବିଭିନ୍ନ ଯନ୍ତ୍ରପାତି ବୃକ୍ଷ ଗୁଡ଼ିକର ରକ୍ଷଣବେକ୍ଷଣ ପାଇଁ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଦେବେନ୍ ସାମାଡ୍, ଶ୍ୟାମ ବୁଳିଉଲି, ଜିତୁ ସାମାଡ୍, ବିମଲ ହାସଁଦା, ରଣା ଜଡ଼ିଆ, ମାରୟାନୁସ ଏକ୍କା, ଅର୍ଜୁନ ସିଂ ସିଧୁ, ପୁରନ ଜଡ଼ିଆ, ସାହିଲ ତିଉ, ସାତାର ପୂର୍ତି, ହରିହର ସିଂ ଖୁଟିଂଆ, ଦିଲୀପ ସିଂ ପୂର୍ତି, ଦେବରାଜ ବାନ୍ଦ୍ରା, କଲ୍ୟାଣି ଚାକି, ଗଦାଧର ତିଉ ଓ ଅନ୍ୟମାନେ ଉପସ୍ଥିତ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।
କେନ୍ଦ୍ରୀୟ ‘ହୋ’ ସମାଜ ତରଫରୁ ଚାରାରୋପଣ କାର୍ଯ୍ୟକ୍ରମ
|
June 29, 2020 |
