, ୧୮/୦୨/୨୧ (ସନ୍ଧାନ ନିଉଜ) : ବିବେକାନନ୍ଦ ଯୁବ ସଂସଦ ତରଫରୁ ଆୟୋଜିତ ୨୦୨୧ ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଇ-ପାଠ୍ୟଚକ୍ର ବୁଧବାର ସଂଧ୍ୟା ୭ଟା ରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇ ଅଛି । କେନ୍ଦ୍ରୀୟ ଅଟକଳ ୨୦୨୧ ରେ ବିଶେଷ କିଛି ନୂତନତ୍ବ ନାହିଁ କରୋନା ମହାମାରୀ ପରେ ଭାରତର ଅର୍ଥନୈତିକ ବିକାଶର ଅଭିବୃଦ୍ଧି କୁ ତ୍ବରାନ୍ବିତ କରିବା ପାଇଁ ସରକାର ପ୍ରୟାସ କରିଛନ୍ତି ମାତ୍ର ଏଥିରେ ସଂପୂର୍ଣ୍ଣ ସଫଳ କହିହେବ ନାହିଁ ବୋଲି ପ୍ୟାନାଲିଷ୍ଟ ନାଇଜର ପ୍ରଧ୍ୟାପକ ଡ. ଅମରେନ୍ଦ୍ର ଦାସ ଉକ୍ତି ରଖିଥିବା ବେଳେ ପ୍ରଖ୍ୟାତ ସ୍ତମ୍ଭକାର ଡ. ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ କେନ୍ଦ୍ରିୟ ବଜେଟ୍ ର ବିଭିନ୍ନ ଦିଗ ଗୁଡିକ ବିଷୟରେ ଆଲୋଚନା ରଖିଥିଲେ। ସରକାର ନିଜର ଦୁର୍ବଳତା ନଘୋଡାଇ ଅଧିକ ସ୍ବଚ୍ଛତା ର ସହ ଆୟ ଉତ୍ପାଦନ ସମ୍ବଳ ଗୁଡିକ ଉପରେ ଯଥେଷ୍ଟ ଯତ୍ନଶୀଳ ହେଲେ ସାଧାରଣ ଜନତା ଅଧିକ ଉପକୃତ ହୋଇପାରିବେ ବୋଲି ଯୁକ୍ତି ବାଢିଥିଲେ।ପ୍ରାରମ୍ଭରେ ଅହଲ୍ୟା ଗୋଚ୍ଛାୟତ ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା, କାଜଲ ମହାନ୍ତି ବିବେକବାଣୀ ପରିବେଷଣ କରିଥିବା ସ୍ଥଳେ ଅଧ୍ୟାପକ ଡ଼ ପ୍ରିୟବ୍ରତ ଶତପଥି ଏଥିରେ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମରେ ସ୍ବାମୀ ବିବେକାନନ୍ଦ ସଂସଦର ରାଜ୍ୟ କୋଷାଧ୍ୟକ୍ଷ, ରେଭେନ୍ସା ବିଶ୍ବବିଦ୍ୟାଳୟର ଅଧ୍ୟାପକ ଡ.ମନୋଜ କୁମାର ଦାସ ପୌରହିତ୍ୟ କରିଥିବା ସ୍ଥଳେ ଡ.ଶତପଥିଙ୍କ ସଂଯୋଜନାରେ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଶେଷରେ ଯାଜପୁର ଜିଲ୍ଲାର ଯୁବ ସଂଯୋଜିକା ଅଧ୍ୟାପିକା ଜ୍ୟୋତିର୍ମୟୀ ସାହୁ ସଭାର ସମସ୍ତ ମହାନୁଭବ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂସଦର ରାଜ୍ୟ ଆବାହକ ଶ୍ରୀ ବିନାୟକ ଘୋଷ ତଥା ସହ ଆବାହକ ଶ୍ରୀ ବିଶ୍ୱେଶ୍ୱର ମହାପାତ୍ର ଯୁବ ବିଭାଗର କୋଷାଧ୍ୟକ୍ଷ ଶ୍ରୀ ଭୋଳାନାଥ ନାୟକ, ମ୍ୟାନେଜିଙ୍ଗି ଟ୍ରଷ୍ଟି ଡ଼ ଚିନ୍ମୟ ରଞ୍ଜନ କୁମାର,ରାଜ୍ୟ ମୂଖ୍ୟ ୱେବିନାର ସଂଯୋଜକ ଅରୁଣ କୁମାର ତ୍ରିପାଠୀ, ସମେତ ଶିଳ୍ପୀକା, ବୈକୁଣ୍ଠ, କୈବଲ୍ୟ ଗାୟତ୍ରୀ ଅନ୍ୟାନ୍ୟ ପ୍ରମୁଖ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ୱେବିନାର୍ ରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ଯୁବପିଢି ଯୋଗଦେଇ ନିଜ ଜିଜ୍ଞାସା ଗୁଡିକର ସମାଧାନ କରିବା ସହ ଭୁୟସୀ ପ୍ରଶଂସା କରିଥିଲେ।
କେନ୍ଦ୍ରୀୟ ଅଟକଳ-୨୦୨୧” ବିଷୟକ ଇ-ପାଠଚକ୍ର
|
February 18, 2021 |
