ଭୁବନେଶ୍ୱର ୧୦/୫ (ସନ୍ଧାନ ନିୟୁଜ) କେନ୍ଦ୍ରାପଡ଼ାରେ ଗୁରୁବାର ବାତ୍ୟା ପରବର୍ତ୍ତୀକ୍ଷୟକ୍ଷତିର ସମୀକ୍ଷାକରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ଜିଲାରେ ଫନୀରେ ୩ ଜଣଙ୍କ ର ମୃତ୍ୟୁ ଘଟିଥିବାବେଳେ ୧ ଲକ୍ଷ୧୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।ଚାଷ କ୍ଷୟକ୍ଷତିର ଆକଳନ ଚାଲିଥିବାବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସବ୍ ସିଡ୍ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ବାତ୍ୟାରେ ୨୭୭ ଗ୍ରାମାଞ୍ଚଳ ଜଳ ଯୋଗାଣ କେନ୍ଦ୍ର ମଧ୍ୟରୁ ୨୪୦ଟି କାର୍ୟ୍ୟକ୍ଷମ ହୋଇଛି। ଜିଲାରେ ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣ ହୋଇଥିବାବେଳେ ଆଉ ୨ଦିନ ମଧ୍ୟରେ ଶତ ପ୍ରତିଶତ ବିଜୁଳି ଯୋଗାଇ ଦିଆଯିବ। ଜିଲାରେ ବାତ୍ୟା ପୂର୍ବରୁ ମୁକାବିଲା ପ୍ରସ୍ତୁତି ସନ୍ତୋଷଜନକ ବୋଲି ପାଢ଼ୀ କହିଛନ୍ତି। ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରି କହିଛନ୍ତି ଯେ, ସବୁଠି ଅବ୍ୟବସ୍ଥା ଲାଗିରହିଛି। ୧୯୯୯ ମହାବାତ୍ୟାରେ ବି ଏଭଳି ଅବ୍ୟବସ୍ଥା ନ ଥିଲା। ଲୋକଙ୍କ ଥଇଥାନ ଏବଂ ରିଲିଫ୍ ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ସବୁ କଥାରେ ବ୍ୟବସାୟିକ ମନୋଭାବ ରଖାଯାଉଛି। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସମାଲୋଚନା କରିଛନ୍ତି । ୯୯ ମହାବାତ୍ୟାର ୩ରୁ ୪ ଦିନ ଭିତରେ ବିଜୁଳି ଏବଂ ପାଣି ଲୋକଙ୍କୁ ମିଳିଥିଲା । କିନ୍ତୁ ଅଦ୍ୟାବଧି ଲୋକେ ନା ପାଣି ପାଉଛନ୍ତି ନା ବିଜୁଳି। ବରଂ ଜେନେରେଟର୍ ଭଡ଼ା ବାବଦକୁ ହଜାର ହଜାର ଟଙ୍କା ଗଣୁଛନ୍ତି ବୋଲି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ସେପଟେ ବିଜେଡି ଜବାବ ରଖି କହିଛି, ରାଜ୍ୟ ସରକାର ଅଚଳ ନୁହନ୍ତି। ବାତ୍ୟା ପରବର୍ତ୍ତୀ ପୁନଃଥଇଥାନ ପାଇଁ ଯଥେଷ୍ଟ ପଦକ୍ଷେପ ନେଉଛନ୍ତି।




