କେନ୍ଦ୍ରାପଡ଼ାରେ ଅଘଟଣ; ପରିବା ଦୋକାନରେ ନିଆଁ ଲାଗି ଦୋକାନୀ ଜୀବନ୍ତଦଗ୍ଧ

Spread the love

କେନ୍ଦ୍ରାପଡ଼ା ୨୭/୧୨/୨୫(ସନ୍ଧାନ ନ୍ୟୁଜ):  ପରିବା ଦୋକାନରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ଦୋକାନୀ। କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ବାରୁଣୀ ବଜାରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ବିଳମ୍ଵିତ ରାତିରେ ଜଣେ ପରିବା ଦୋକାନୀ ଦୋକାନରେ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା। ଫଳରେ ଦୋକାନୀ ଜଣଙ୍କ ଜିଅନ୍ତା ଜଳିଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।  ସୂଚନାନୁଯାୟୀ, କୁଦାନଗରୀ ଥାନା ଗୋବିନ୍ଦପୁର ଗାଁର ସୁବାଷ ଚନ୍ଦ୍ର ମଲ୍ଲିକ ବାରୁଣୀ ବଜାରରେ ଏକ ପରିବା ଦୋକାନ ଦେଇଥିଲେ। ଶୁକ୍ରବାର ରାତିରେ ସୁବାଷ ଦୋକାନରେ ଶୋଇଥିଲେ। ବିଳମ୍ବିତ ରାତିରେ ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ସୁବାଷ ସେଠାରେ ଜିଅନ୍ତା ଜଳିଯାଇଛନ୍ତି। ତେବେ ଦୋକାନରେ କେମିତି ନିଆଁ ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Posts

About The Author

Add Comment